ଅପରେସନ ‘ସିନ୍ଦୂର’ରେ ଓଡ଼ିଆ ପୁଅ ଶଶିକାନ୍ତ
ପ୍ରତିଶୋଧ ନେଲା ଭାରତ । ଏପ୍ରିଲ ୨୨ ତାରିଖରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ କାଲି ମଧ୍ୟରାତ୍ରରେ ପ୍ରତିଶୋଧ ନେଇଛି । କାଲି ମଧ୍ୟରାତ୍ରରେ ଭାରତୀୟ ସେନା ପାକ୍ ଅଧିକୃତ କାଶ୍ମୀର ଓ ପାକିସ୍ତାନର କିଛି ଅଂଶରେ ପ୍ରବେଶ କରି ଆତଙ୍କୀ କ୍ୟାମ୍ପକୁ ଧ୍ବଂସ କରିଛି । ତେବେ ଏଥିରେ ସାମିଲ ଅଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଡାଙ୍ଗମାଳ ଗାଁର ଶଶିକାନ୍ତ ବେଦି । ପହଲଗାମ ଆକ୍ରମଣ ସମୟରେ ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ ଶଶିକାନ୍ତ । ଦୁଇବର୍ଷ ହେବ ବିଏସଏଫ ଯବାନ ଭାବେ ଜ୍ମମୁକଶ୍ମୀରରେ କାର୍ଯ୍ୟରତ ଅଛନ୍ତି । ଯାହାଙ୍କ ପାଇଁ ଆଜି ପୂରା ଗାଁ ଡାଙ୍ଗମାଳ ଗର୍ବିତ । ପୁଅ ବର୍ଡରରେ ଶତ୍ରୁକୁ ନିପାତ କରୁଛି, ନିରିହ ପର୍ଯ୍ୟଟଙ୍କ ପ୍ରତି ହୋଇଥିବା ଆକ୍ରମଣର ପ୍ରତିଶୋଧ ନେଉଛି ବୋଲି ଶଶିକାନ୍ତଙ୍କ ବାପା ଗର୍ବିତ । ଶଶିକାନ୍ତଙ୍କ ବାପା ଏନେଇ କହିଛନ୍ତି ମୋ ପୁଅ ଦେଶ ପାଇଁ ଲଢୁଛି.. ଶତ୍ରୁକୁ ସଙ୍ଘାର କରୁଛି.. ସର୍ଚ୍ଚ ଅପରେସନ ପୂର୍ବରୁ ପୁଅ ସହିତ କାଲି ରାତିରେ କଥା ହୋଇଥିଲି । ସର୍ଚ୍ଚ ଅପରେସନରେ ଅଛି ବାପା ବର୍ତ୍ତମାନ ଟାଇମ୍ ନାହିଁ କଥା ହେବା ପାଇଁ।