ଅପେରସନ’ ସିନ୍ଦୂର ପରାକ୍ରମ ଶୋଭାଯାତ୍ରା

ପାଟଣା:ଆତଙ୍କବାଦ ବିରୋଧରେ ଲଢେଇ ‘ଅପେରସନ ସିନ୍ଦୁରକ ପରାକ୍ରମ ଶୋଭାଯାତ୍ରା ଆଜି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରେ ପାଟଣା ସୁରକ୍ଷା କମିଟି ପକ୍ଷରୁ ଅନୁଷ୍ଠିତ ହୋଇଛି. ଭାରତର ସୁରକ୍ଷାରେ ପ୍ରତ୍ୟେକ ନାଗରିକଙ୍କର ସହଯୋଗ ରହିବା ସହ ଭାରତୀୟ ସେନାର ପରାକ୍ରମ ସମସ୍ତ ଦେଶବାସୀଙ୍କୁ ଗର୍ବିତ କରିଛି. ସେନାର ପରାକ୍ରମ ସମସ୍ତ ଦେଶବାସୀଙ୍କୁ ଗର୍ବିତ କରିଛି. ସେନାର ଏହି ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇ ପାଟଣା ବ୍ଲକରେ ବୁଧବାର ଦିନ ପରାକ୍ରମ ଶୋଭାଯାତ୍ରା ତ୍ରିରଙ୍ଗା ଯାତ୍ରା ସକାଳ ୯ ଟାରୁ ଆନେନ୍ଦଶ୍ବର ମନ୍ଦିର ପ୍ରାଗଣରୁ ବାହାରି ବିଶାଳ ସାଇକେଲ ଓ ମୋଟର ସାଇକେଲ ଶୋଭାଯାତ୍ରା ବଜାର ପରିକ୍ରମା କରିଥିଲେ.

ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ,ଜିଲ୍ଲା ସଭାପତି ଶୁକଦେବ ମହାନ୍ତ,ରାଜ୍ୟ ମହିଳା ନେତ୍ରୀ ସମ୍ବାରି ମୁଣ୍ଡା,ବିଜେପି ନେତା ରାଧାକାନ୍ତ ମହାନ୍ତ,ସାଂସଦ ପ୍ରତିନିଧି ପ୍ରହଲ୍ଲାଦ ପଲେଇ, ପାଟଣା ବିଧାୟକ ଙ୍କ ବ୍ଲକ ପ୍ରତିନିଧି କମଳା କାନ୍ତ ଦାଶ ପ୍ରମୁଖ ଯୋଗ ଦେଇଥିଲେ. ଏଥିରେ ମଣ୍ଡଳ ସଭାପତି ବ୍ରଜବନ୍ଧୁ ସେଠୀ, ଜୁଲିୟସ ସିଂ, ମନଜ ମହାନ୍ତ
ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ପାଟଣାର ବହୁ ବିଜେପି କର୍ମ ଓ ବରିଷ୍ଠ ନାଗରିକ ,ବହୁ ସଂଖ୍ୟାରେ ଆର୍ମି ଯୋଗଦେଇ ଭାରତୀୟ ସେନାର ମନୋବଳ ବୃଦ୍ଧି କରିଥିଲେ।

Ad 13