‘ଅପେରସନ’ ସିନ୍ଦୂର ପାଇଁ ସାହାରପଡାରେ ବିଜୟ ଉତ୍ସବ
ସାହାରାପଡା:ଆତଙ୍କବାଦ ବିରୋଧରେ ଲଢେଇ ‘ଅପେରସନ ସିନ୍ଦୁରକ ପରାକ୍ରମ ଶୋଭାଯାତ୍ରା ଆଜି କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକରେ ବିଧାୟଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି. ଭାରତର ସୁରକ୍ଷାରେ ପ୍ରତ୍ୟେକ ନାଗରିକଙ୍କର ସହଯୋଗ ରହିବା ସହ ଭାରତୀୟ ସେନାର ପରାକ୍ରମ ସମସ୍ତ ଦେଶବାସୀଙ୍କୁ ଗର୍ବିତ କରିଛି. ସେନାର ପରାକ୍ରମ ସମସ୍ତ ଦେଶବାସୀଙ୍କୁ ଗର୍ବିତ କରିଛି. ସେନାର ଏହି ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇ ସାହାରପଡା ବ୍ଲକରେ ଗୁରୁବାର ଦିନ ପରାକ୍ରମ ଶୋଭାଯାତ୍ରା ତ୍ରିରଙ୍ଗା ଯାତ୍ରା ସକାଳ 10 ଟାରୁ ହାଇସ୍କୁଲ ପଡିଆରୁ ବାହାରି ବିଶାଳ ଶୋଭାଯାତ୍ରା ବଜାର ପରିକ୍ରମା କରିଥିଲେ.ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ,ଜିଲ୍ଲା ସଭାପତି ଶୁକଦେବ ମହାନ୍ତ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୌତମ ନାୟକ,ସାହାରପଡା ବିଧାୟଙ୍କ ପ୍ରତିନିଧି ନରେନ୍ଦ୍ର କୁମାର ମହାନ୍ତ,ବିଜେପି ନେତା ରାଧାକାନ୍ତ ମହାନ୍ତ,ସାଂସଦ ପ୍ରତିନିଧି ସୁଦର୍ଶନ ମହାନ୍ତ,ଆର୍ମି ଅବସର ପ୍ରାପ୍ତ ସୌନିକ ସଙ୍ଗ ସଭାପତି କ୍ୟାପଟେନ ମହାନ୍ତ,ମିହିର ରଞ୍ଜନ ବାଗେଲ, ସଞ୍ଜୟ କୁମାର ଦେଓ, ମୁକ୍ତେଶ୍ୱର ରଣା, ଜନ୍ମଞ୍ଜୟ ପରିଡା,ପ୍ରମୁଖ ଯୋଗ ଦେଇଥିଲେ. ଏଥିରେ ମଣ୍ଡଳ ସଭାପତି ଉଦୟପୁର ନରହରି ମହାନ୍ତ,ସାହାରପଡା ବୁଲୁ ବାରିକ, ମହେଶ୍ୱର ପୁଷ୍ଟି ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ସାହାରପଡା ବହୁ ବିଜେପି କର୍ମ ଓ ବରିଷ୍ଠ ନାଗରିକ ଯୋଗଦେଇ ଭାରତୀୟ ସେନାର ମନୋବଳ ବୃଦ୍ଧି କରିଥିଲେ,