ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚେସ୍ ମାଷ୍ଟର ପ୍ରଜ୍ଞାନାନନ୍ଦଙ୍କ କଲେ ପ୍ରଶଂସା
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାର ୨.୦ର ଶେଷ ବଜେଟ୍ ଉପସ୍ଥାପନ କରିଛନ୍ତି । କ୍ରମାଗତ ଷଷ୍ଠ ଥର ପାଇଁ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି | ବଜେଟ ଅଭିଭାଷଣରେ ସୀତାରମଣ ଭାରତର ଯୁବ ଚେସ ଖେଳାଳୀ ଆର୍ ପ୍ରଜ୍ଞାନାନନ୍ଦଙ୍କ ପ୍ରଶଂସା କରିଛନ୍ତି।ବଜେଟ୍ ଅଭିଭାଷଣବେଳେ ନିର୍ମଳା ଚେସ୍ ଉଫରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଭାରତରେ ବର୍ତ୍ତମାନ ୮୦ଟି ଚେସ ଗ୍ରାଣ୍ଡମାଷ୍ଟର ଥିବାବେଳେ ୨୦୧୦ରେ ମାତ୍ର ୨୦ଜଣ ଥିଲେ । ଗତ ବର୍ଷ ଏସିଆନ ଗେମ୍ସ ଏବଂ ଏସିଆନ ପାରା ଗେମ୍ସରେ ଭାରତର ପ୍ରଦର୍ଶନ ଉଚ୍ଚକୋଟିର ଥିଲା ।
ସତରଞ୍ଜ ବାଦଶାହ ପ୍ରଜ୍ଞାନାନନ୍ଦ world champion Magnus Carlsen in 2023 ରେ କଡା ଟକ୍କର ଦେଇଛନ୍ତି। ୨୦୨୩ ଭାରତର ଚେସ୍ ପାଇଁ ସ୍ମରଣୀୟ ମୂହୁର୍ତ୍ତ ଥିଲା। ସୂଚନା ଥାଉକି, ୧୮ ବର୍ଷୀୟ ଆର୍ ପ୍ରଜ୍ଞାନାନନ୍ଦ କ୍ରମାଗତ ଭାବରେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । କିଛିଦିନ ତଳେ ସେ କିମ୍ବଦନ୍ତୀ ବିଶ୍ୱନାଥ ଆନନ୍ଦଙ୍କୁ ପଛରେ ପକାଇ ଭାରତର ସର୍ବୋଚ୍ଚ ମାନ୍ୟତା ପ୍ରାପ୍ତ ଖେଳାଳି ବନିଥିଲେ ।