ଅଳ୍ପ ବର୍ଷାରେ ବେହାଲ୍ ମହୁଲ ପାଟଣା – ମୁଖିଗୁଡ଼ା ଘାଟି ରାସ୍ତା I
ଥୁଆମୂଳ ରାମପୁର, ୨୯/୦୫-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ମହୁଲ ପାଟଣା – ମୁଖିଗୁଡା ମୁଖ୍ୟ ଘାଟି ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି । ଏହି ରାସ୍ତାଟି ବିଗତ ଦିନରେ ଇନ୍ଦ୍ରାବତୀ ଜଳବିଦ୍ଯୁତ ପ୍ରକଳ୍ପର ଅଧିନରେ ହୋଇଛି ଯାହାକି ବିଭିନ୍ନ ଗେଟ୍ ବା ଜଳଭଣ୍ଡାରକୁ କର୍ମଚାରୀ ମାନେ ଯିବା ଆସିବା କରିବା ପାଇଁ ପ୍ରୋଜେକ୍ଟ ସମୟରେ ନିର୍ମାଣ କରାଯାଇଥିଲା l ବର୍ତ୍ତମାନ ଏହି ରାସ୍ତାଟି ମରଣଯନ୍ତା ପାଲଟିଯାଇଛି। ରାସ୍ତାଟିି ଥୁଆମୂଳ ରାମପୁର ବ୍ଲକ ଠାରୁ ଜୟପାଟଣା, କୋକସରା, ଜୁନାଗଡ଼, ଧର୍ମଗଡ ବ୍ଲକ୍ ସମେତ ପଡୋଶୀ ଜିଲ୍ଲା ନବରଙ୍ଗପୁର ସହିତ ସଂଯୋଗ କରୁଥିବା ରାସ୍ତା ହୋଇଥିବାରୁ ଥୁଆମୂଳ ରାମପୁର ବ୍ଲକ୍ ର ମହୁଲପାଟଣା, ପାଡେପଦର, ବଡ଼ଛତ୍ରଙ୍ଗ, ଅଡ୍ରି, ଗୋପୀନାଥପୁର ସମେତ ମୂଖିଗୁଡ଼ା, ମଙ୍ଗଳପୁର, ଧନସୁଲି ବଡ କର୍ଲାକୋଟ ଆଦି ପଂଚାୟତର ଜନସାଧାରଣ ମାନେ ବିଭିନ୍ନ କାର୍ଯ୍ୟ ପାଇଁ ଉକ୍ତ ରାସ୍ତା ଉପରେ ନିର୍ଭର କରୁଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହି ରାସ୍ତା ଦେଇ ବିଭିନ୍ନ ସମୟରେ ଛୋଟ ବଡ଼ ବ୍ୟବସାୟୀଙ୍କ ଯାନବାହାନ ଠାରୁ ଆରମ୍ଭ କରି ସ୍କୁଲ କଲେଜର ଛାତ୍ର ଛାତ୍ରୀଙ୍କ ଜୀବନ ରେଖା ପାଲଟିଛି ଏହି ଘାଟି ରାସ୍ତା l

ଥୁଆମୂଳ ରାମପୁର ବ୍ଲକ୍ ଗୁଣୁପୁର ଠାରୁ ମହୁଲପାଟଣା – ଗୋପିନାଥପୁର ରାସ୍ତା ସମ୍ପ୍ରସାରଣ ବା ନବୀକରଣ ପାଇଁ ଜେସିବି, ଟିପର, ହାଇୱା, ଟ୍ରକ୍, ଟ୍ରାକ୍ଟର ନିୟୋଜିତ ହୋଇଛି ସେହି ଗାଡିମଟର ନିତିଦିନିଆ ଯିବା ଆସିବା କରୁଅଛି ଏହାଦ୍ବାରା ଆଜି ରାସ୍ତାର ଏହି ଅବସ୍ଥା ହୋଇଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଥିବା ବେଳେ ଅଧିକାଂଶ ସମୟରେ ରାସ୍ତା ର ଏହି ଶୋଚନୀୟ ଅବସ୍ଥା ଯୋଗୁଁ ପଥଚାରୀ ମାନେ ଚଳପ୍ରଚଳ କରୁଥିବା ବେଳେ ରାସ୍ତାରେ ଥିବା ଖାଲରେ ପଡି ଖଣ୍ଡିଆ ଖାବରା ହେବା ସହ ସେ ରାସ୍ତା ଦେଇ ଯିବା ଆସିବା କରୁଥିବା ଦୁଇ ଚକିଆ କିମ୍ବା ଚାରି ଚକିଆ ଯାନ ଉକ୍ତ ଖାଲରେ ପଡିଗଲେ ଜମା ହୋଇଥିବା ପାଣି ଛିଟିକି ଯାଇ ଲୋକଙ୍କ ଉପରେ ପଡିଯାଇଥିବା ଲୋକମାନେ ବିଭିନ୍ନ ସମୟରେ ହଇରାଣ ହେଉଥିବା ଦେଖିବାକୁ ମିଳିଥାଏ। ଏପରିକି କି ରାସ୍ତା ଅଣଓସାରିଆ ସହ ସ୍ଥାନେ ସ୍ଥାନେ ଏଭଳି ଖାଲ ଖମା ରହିଛି ସେଥିରେ ଅଳ୍ପ ବର୍ଷାରେ ବେହାଲ ହୋଇ ପଡ଼ୁଛି ଏହି ରାସ୍ତା ତତ୍ ସହ ଅଳ୍ପ ବର୍ଷା ରେ ପାହାଡିଆ ପାଣି ସହ ମାଟି ଖସଡ଼ା ରାସ୍ତାରେ ପୋଡ଼ି ରାସ୍ତାର ଏହି ଅବସ୍ଥା କରୁଛି l ତେଣୁ ଏହି ରାସ୍ତାର ଉପରେ ଜିଲ୍ଲା ପ୍ରଶାସନ କିମ୍ବା ସ୍ଥାନୀୟ ସାଂସଦ, ବିଧାୟକ ଦୃଷ୍ଟି ଦେବାକୁ ପଥଚାରୀ ଙ୍କ ସମେତ ଅଞ୍ଚଳବାସୀଙ୍କ ମଧ୍ୟରେ ଦାବୀ ହେଉଛି l