ଆଇପିଏଲରେ ଭାରତୀୟ ଖେଳାଳିଙ୍କୁ ମିଳିବ ଅଧିକ ୧ କୋଟି ୫ ଲକ୍ଷ ଟଙ୍କା

ଆଇପିଏଲ୍‌ର ପରବର୍ତ୍ତୀ ସଂସ୍କରଣ ପୂର୍ବରୁ ଭାରତୀୟ ଖେଳାଳିଙ୍କ ପାଇଁ ବିସିସିଆଇ ବଡ଼ ଘୋଷଣା କରିଛି ।ଆଇପିଏଲରେ ଏଣିକି ଯେଉଁ ଭାରତୀୟ ଖେଳାଳି ଚୁକ୍ତିବଦ୍ଧ ହେବେ, ସେମାନଙ୍କୁ ପ୍ରତି ମ୍ୟାଚ୍ ପିଛା ୭.୫ ଲକ୍ଷ ଟଙ୍କାର ମ୍ୟାଚ୍ ଫି’ ମିଳିବ। କ୍ରିକେଟରମାନଙ୍କ ଉନ୍ନତ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଏହି ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀ ଶାହା କହିଛନ୍ତି, ଗୋଟିଏ ସିଜନରେ ସମସ୍ତ ଲିଗ୍ ମ୍ୟାଚ୍ ଖେଳୁଥିବା ଜଣେ କ୍ରିକେଟରଙ୍କୁ ତାଙ୍କ ଚୁକ୍ତି ରାଶି ବ୍ୟତୀତ ୧ କୋଟି ୫ ଲକ୍ଷ ଟଙ୍କା ମିଳିବ। ପ୍ରତ୍ୟେକ ଫ୍ରାଞ୍ଚାଇଜ୍ ସିଜନ ପାଇଁ ମ୍ୟାଚ୍ ଫି’ ବାବଦରେ ୧୨.୬୦ କୋଟି ଟଙ୍କା ଆବଣ୍ଟନ କରିବେ। ଆଇପିଏଲ୍ ଏବଂ ଆମ ଖେଳାଳିଙ୍କ ପାଇଁ ଏହା ଏକ ନୂଆ ଯୁଗ ବୋଲି ଜୟ ଶାହା କହିଛନ୍ତି।