ଆଉ ଦୁଇ ଦିନ ପରେ ଓଡ଼ିଶାରେ ପୁଣି ଗ୍ରୀଷ୍ମ ପ୍ରବାହ ଆରମ୍ଭ

କାଳବୈଶାଖୀ ଯୋଗୁ ରାଜ୍ୟରେ ଦିନ ତାପମାତ୍ରା ହ୍ରାସ ପାଇଛି । ସମସ୍ତ ଅଞ୍ଚଳରେ ପାରଦ ୪୦ଡିଗ୍ରୀ ତଳେ ରହିଛି । ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି ଯେ, କିଛିଦିନ ବ୍ୟବଧାନରେ ପୁଣି ରାଜ୍ୟକୁ ଫେରିବ ତାତି । ତେବେ ଆଜି ମୟୂରଭଞ୍ଜ, ବାଲେଶ୍ଵର, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ଏବଂ ନବରଙ୍ଗପୁର ଜିଲ୍ଲାର ଏକ କିମ୍ବା ଦୁଇଟି ସ୍ଥାନରେ ଅପରାହ୍ନ / ସନ୍ଧ୍ୟା ସମୟରେ ପବନର ବେଗ ୩୦-୪୦ ରହିବ ସହ ଝଡ଼ବର୍ଷା ହୋଇପାରେ।ମୟୂରଭଞ୍ଜ, ବାଲେଶ୍ଵର, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, ନବରଙ୍ଗପୁର, ଏବଂ କାଲାହାଣ୍ଡିରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ।

ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତିର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହେବ। ତେବେ । ଆସନ୍ତା ୯ରୁ ରାଜ୍ୟର ଅନେକ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହର ସମ୍ଭାବନା ରହିଛି ।

Ad 13