ଆଜିଠୁ ଯୁକ୍ତ ୨ ରିଚେକିଂ ପାଇଁ ଆବେଦନ

ଆଜିଠୁ ଯୁକ୍ତ ଦୁଇ ପରୀକ୍ଷାର ଉତ୍ତରଖାତା ରିଚେକିଂ ଆବେଦନ ଆରମ୍ଭ ହୋଇଛି ||| ଏହା ଜୁନ୍‌ ୧୩ ତାରିଖ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ଆବେଦନ କରିପାରିବେ।ଉତ୍ତରଖାତା ପାଇବାକୁ ଆବେଦନ କରିଥିବା ପରୀକ୍ଷାର୍ଥୀଙ୍କୁ ଜୁନ୍‌ ୫ରୁ ୧୮ ତାରିଖ ପର୍ଯ୍ୟନ୍ତ ଖାତା ପ୍ରଦାନ କରାଯିବ । ଜୁନ୍‌ ମାସରୁ ଯୁକ୍ତ ୨ ଖାତା ପୁନଃ ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହେବ । ଉତ୍ତର ଖାତାଗୁଡ଼ିକ ମୂଲ୍ୟାୟନ ପାଇଁ ପରିଷଦ ପକ୍ଷରୁ ଅଧ୍ୟାପକଙ୍କ ତାଲିକା ପ୍ରସ୍ତୁତ ହେଉଛି । ଜୁଲାଇ ୧୫ ସୁଦ୍ଧା ଇନ୍‌ଷ୍ଟାଣ୍ଟ ପରୀକ୍ଷା ଫଳ ସହ ଯୁକ୍ତ ୨ ପୁନଃ ମୂଲ୍ୟାୟନ ଫଳ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି ।

Ad 13