ଆଜିଠୁ ୨୨ ତାରିଖ ପର୍ଯ୍ୟନ୍ତ ଝଡବର୍ଷା ନେଇ ଆକଳନ କରିଛି ଆଇଏମଡି ।

ରାଜ୍ୟରେ ଆଗାମୀ ଚାରି ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ଜାରି ରହିବା ସମ୍ଭାବନା ଅଛି। ୨୨ ଏପ୍ରିଲ ପର୍ଯ୍ୟନ୍ତ ଘଡ଼ଘଡ଼ି, ବଜ୍ରପାତ ଏବଂ ବର୍ଷା ଜାରି ରହିବା ସମ୍ଭାବନା ଅଛି। ଅନେକ ଜିଲାକୁ ୟେଲୋ ଆଲର୍ଟ ଜାରି କରାଯିବ।। ଆଜି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ ବଜ୍ରପାତ ସହିତ ବର୍ଷା ଏବଂ ପବନ ବହିବାର ସମ୍ଭାବନା ରହିଛି । ଏନେଇ ଏହି ସମସ୍ତ ଜିଲ୍ଲାକୁ ଓ୍ବେଲ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପବନ ବେଗ ୫୦-୬୦ କିଲୋମିଟର ପ୍ରତି ଘଣ୍ଟା ପର୍ଯ୍ୟନ୍ତ ରହିବ। ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ୪୦-୫୦ କିଲୋମିଟର ପ୍ରତି ଘଣ୍ଟା ପବନ ବହିବାର ସମ୍ଭାବନା ରହିଛି।ସୁନ୍ଦରଗଡ଼,ନବରଙ୍ଗପୁର, ମାଲକାନଗିରି, ଗଜପତି, ରାୟଗଡା, ଢେଙ୍କାନାଳ, କନ୍ଧମାଳ, ଗଞ୍ଜାମ, ରାୟଗଡା, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, କଟକ, ଅନୁଗୁଳ ଏବଂ କୋରାପୁଟ ଜିଲ୍ଲାର ବିଜୁଳି ଘଡଘଡି ସହ ବର୍ଷା ପବନ ୪୦ ରୁ ୫୦ କିମି ତଥା ମୟୁରଭଞ୍ଜ, ବାଲେଶ୍ୱର, ଢେଙ୍କାନାଳ, ଗଞ୍ଜାମ, ଏବଂ ବଲାଙ୍ଗୀର ଜିଲ୍ଲରେ କୁଆପଥର ବର୍ଷା ସମ୍ଭାବନା।

Ad 13