ଆଜି ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ
ପ୍ରକାଶ ପାଇଲା ଯୁକ୍ତ ୨ ରେଜଲ୍ଟ। କଳା,ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ ପାଇଛି।ହା ସହିତ ଧନ୍ଦାମୂଳକ ପରୀକ୍ଷାଫଳ ବି ପ୍ରକାଶ ପାଇଛି । ଏଥର ୩ ଲକ୍ଷ ୯୩ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ୩ ଲକ୍ଷ ୧୬ ହଜାର ୭୮୭ ଜଣ ଯୁକ୍ତ ପରୀକ୍ଷାରେ ପାସ୍ ହୋଇଛନ୍ତି । ୧୪୨୫୧୨ ଛାତ୍ର ପାସ୍ ହୋଇଛନ୍ତି । ୧୭୬୨୫୧ ଜଣ ଛାତ୍ରୀ ପାସ୍ କରିଛନ୍ତି । ଏଥର ପାସ୍ ହାର ୮୨.୭୭ ପ୍ରତିଶତ ରହିଛି । ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ । ଝିଅଙ୍କ ପାସ ହାର ୮୭.୨୪ ପ୍ରତିଶତ ରହିଛି। ପରୀକ୍ଷାର୍ଥୀମାନେ www.result. odisha.gov.in, www.result. digilocker.gov.in ୱେବ୍ସାଇଟ୍ରେ ପରୀକ୍ଷା ଫଳ ଦେଖିପାରିବେ ।