ଆଜି ବିଶ୍ୱ ହିମୋଫିଲିଆ ଦିବସ
ହେମୋଫିଲିଆ ହେଉଛି ଏକ ରକ୍ତଜନିତ ରୋଗ। ଏହି ରୋଗ ହେଲେ ରକ୍ତ ସହଜରେ ଜମାଟ ବାନ୍ଧିନଥାଏ। କାରଣ ହେମୋଫିଲିଆରେ ଜଣେ ଆକ୍ରାନ୍ତ ହେଲେ ରକ୍ତ ଜମାଟ ବାନ୍ଧିବା ପାଇଁ ଆବଶ୍ୟକ ହେଉ ଥିବା ପ୍ରୋଟିନ୍ କ୍ଷରଣ ବାଧାପ୍ରାପ୍ତ ହୋଇଥାଏ। ଏବେ ରାଜ୍ୟରେ ଏହି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। କର୍କଟ ରୋଗ ଏକ ପୂର୍ବ ନିର୍ଦ୍ଧାରିତ ଭାଗ୍ୟ ଫଳ କିମ୍ୱା ପ୍ରାରବ୍ଧ କର୍ମ ଫଳ ଭଳି ଜନଧାରଣା ଏହି ରୋଗକୁ ନେଇ ଉପୁଜି ଥିବା ସାମାଜିକ କଳଙ୍କକୁ ଆହୁରି ବଢ଼଼ାଇଦେଉଛି ବୋଲି ଅନେକ ସାମାଜିକ ଗବେଷକ ଉଦବେଗ ପ୍ରକାଶ କରିଛନ୍ତି। ଏପରିକି ଚିକିତ୍ସା ବିଜ୍ଞାନର ଉନ୍ନତି ସତ୍ତ୍ବେ ଅନେକ ଲୋକ କର୍କଟ ରୋଗକୁ ମୃତ୍ୟୁଦଣ୍ଡ ଭାବରେ ଗ୍ରହଣ କରନ୍ତି। ଉଦାହରଣ ସ୍ୱରୂପ, ସିଂହଭାଗ ଲୋକ ବିଶ୍ୱାସ କରନ୍ତି ଯେ ସମସ୍ତ କର୍କଟ ରୋଗ ଏକପ୍ରକାର ସମାନ ପଦ୍ଧତିରେ ଚିକିତ୍ସା କରାଯାଇପାରିବ, ଯାହା ସମ୍ପୂର୍ଣ୍ଣ ଭୁଲ। ହେମୋଫିଲିଆ ପରି ରୋଗରୁ ଉପଶମ ପାଇବା ଲାଗି ଏହାର ଠିକ୍ ଉପାୟରେ ଚିକିତ୍ସା କରାଯିବା ଦରକାର । ୱାର୍ଲଡ଼ ଫେଡ଼େରେସନ ଅଫ ହେମୋଫିଲିଆ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ।
୧୯୮୯ରେ ପ୍ରଥମ ଥର ପାଇଁ ଏହି ଦିବସ ପାଳନ କରାଯାଇଥିଲା । ସେହିଦିନ ଠାରୁ ପ୍ରତିବର୍ଷ ଅପ୍ରେଲ ସତରରେ ବିଶ୍ୱ ହେମୋଫିଲିଆ ଦିବସ ପାଳିତ ହୋଇଆସୁଅଛି । କିନ୍ତୁ ଏପରି ଦିନରେ ଉକ୍ତ ଦିବସ ପାଳିତ ହେବାପଛରେ ଏହାର ତାତ୍ପର୍ଯ୍ୟତା ରହିଛି । ଅପ୍ରେଲ ସତର ହେଉଛି ୱାର୍ଲଡ଼ ଫେଡ଼େରସନ ଅଫ୍ ହେମୋଫିଲିଆର ପ୍ରତିଷ୍ଠାତା ଫ୍ରାଙ୍କ ସ୍ନାବେଲଙ୍କ ଜନ୍ମଦିନ ।