ଆଜି ଲକ୍ଷେ ଛୁଇଁଲା ସୁନା ଦର !

ସୋମବାର ଦେଶର ଫ୍ୟୁଚର୍ସ ମାର୍କେଟ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାର ମୂଲ୍ୟ ରେକର୍ଡସ୍ତର ଛୁଇଁଛି। ୧୦ ଗ୍ରାମ ସୁନା ମୂଲ୍ୟ ୯୯ ହଜାର ୮୦୦ ଟଙ୍କା ଛୁଇଁଛି । ଜିଏସଟି ମିଶିଲା ପରେ ଦର ଲକ୍ଷେ ପାର କରିଛି । ଚୀନ-ଆମେରିକା ବାଣିଜ୍ୟ ଯୁଦ୍ଧ, ବିଶ୍ବର ଅର୍ଥନୈତିକ ଅସ୍ଥିରତା ଯୋଗୁ ସୁନା, ରୁପା ଦର ଆକାଶଛୁଆଁ ହୋଇଛି । ପ୍ରଥମ ଥର ପାଇଁ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର ୯୯ ହଜାର ୮୦୦ ଟଙ୍କା ଛୁଇଁଛି । ଲକ୍ଷେ ଟଙ୍କା ଛୁଇଁବାକୁ ଆଉ ମାତ୍ର ୨୦୦ ଟଙ୍କା ବାକି ଅଛି । ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦର ୯୮ ହଜାର ୩୫୦ ଟଙ୍କା ଛୁଇଁଛି। ସେହିପରି ୧୦ ଗ୍ରାମ ୨୨ କ୍ୟାରେଟ ସୁନା ଦାମ ୯୦ ହଜାର ୧୫୦ ଟଙ୍କା ଛୁଇଁଛି।

Ad 13