ଆଜି ହେଉଛି ବିଶ୍ୱ ଶ୍ରମିକ ଦିବସ ।

ଆଜି ବିଶ୍ୱ ଶ୍ରମିକ ଦିବସ ।। ଶ୍ରମିକଙ୍କ ସଂଘର୍ଷମୟ ଇତିହାସର ସ୍ମରଣୀୟ ଦିନ । ୧୯୮୬ ମସିହାରୁ ମେ’ ପହିଲାକୁ ବିଶ୍ୱ ଶ୍ରମିକ ଦିବସ ରୂପେ ପାଳନ କରାଯାଉଛି । ଏକ ସମୟ ଥିଲା ବିଶ୍ୱରେ ପୁଞ୍ଜିପତିମାନେ ଶ୍ରମିକମାନଙ୍କୁ ଶୋଷଣ କରୁଥିଲେ । ନା ଥିଲା ସମୟ ନିର୍ଘଣ୍ଟ ନା ଥିଲା ନିର୍ଦ୍ଧିଷ୍ଟ ପ୍ରାପ୍ୟ । ଏହାକୁ ବିରୋଧ କରି ଆମେରିକାର ଶ୍ରମିକ ସଂଗଠନ ପ୍ରଥମେ ରାସ୍ତାକୁ ଓହ୍ଲାଇଥିଲା । ପରେ ଏହା ବିଶ୍ୱର ସମସ୍ତ ଶ୍ରମିକଙ୍କୁ ପ୍ରଭାବିତ କରିଥିଲା । ଆମେରିକାର ବାଲ୍ଲିମୋର ସହରରେ ୧୮୬୬ ମସିହା ଅଗଷ୍ଟ ୨୦ ତାରିଖରେ ୬୦ଟି ୟୁନିୟନର ପ୍ରତିନିଧିମାନେ ଏକତ୍ରିତ ହୋଇ ୮ ଘଣ୍ଟା ଶ୍ରମ ଦିବସ ପାଇଁ ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ ଗ୍ରହଣ କରିଥଲେ । ୮ ଘଣ୍ଟା କାର୍ଯ୍ୟ ସମୟ ଦାବିରୁ ଜନ୍ମ ନେଇଥିଲା ବିଶ୍ୱ ଶ୍ରମିକ ଦିବସ ।ପରବର୍ତ୍ତୀ ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମୋଦନ କ୍ରମେ ଭାରତରେ ୧୯୨୩ ମସିହା ମଇ ୧ ତାରିଖରୁ ମାଡ୍ରାସଠାରେ ଲେବର କିଷାନ ପାର୍ଟି ଦ୍ୱାରା ପ୍ରଥମ ଶ୍ରମିକ ଦିବସ ରୂପେ ପାଳନ କରାଯାଉଛି।

Ad 13