ଆଦିବାସୀ ମହାବିଦ୍ୟାଳୟ ରେ ନୂତନ ଅଧ୍ୟକ୍ଷ ଙ୍କ ଦାୟିତ୍ୱ ଗ୍ରହଣ
ବାଲିଗୁଡା, ତା, ୦୧/୦୫: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସୀ ବୁଧବାର ଅବସର ଗ୍ରହଣ କରିଥିବାରୁ ନୂତନ ଅଧ୍ୟକ୍ଷ ଭାବେ ଗୋପାଳପୁର ବେଳାଭୂମି ମହାବିଦ୍ୟାଳୟ ରସାୟନ ବିଜ୍ଞାନ ପ୍ରାଧ୍ୟାପକ ଲକ୍ଷ୍ମଣ ପାଳ କାର୍ଯ୍ୟରେ ଯୋଗ ଦେଇ ଆସନ ଗ୍ରହଣ କରିଛନ୍ତି। ମହାବିଦ୍ୟାଳୟ ର ପ୍ରଶାସନିକ ଅଧିକାରୀ ଡ଼.ବିଭୂତିଭୂଷଣ ଆଚାର୍ଯ୍ୟ, ଆନ୍ତଃ ଗୁଣବତ୍ତା ସୁନିଶ୍ଚିତ କକ୍ଷ ସଂଯୋଜକ ହିମାଂଶୁ ଚରଣ ସାହୁ, ପଦାର୍ଥ ବିଜ୍ଞାନ ଅଧ୍ୟାପକ ପ୍ରଦୀପ୍ତ ନାୟକ, ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଦୁଷ୍ମନ୍ତ ଶବର, ଅଧ୍ୟାପିକା ସ୍ନେହଲତା ମାଝୀ ଓ ସୁଲୋଚନା କହଁର ପ୍ରମୁଖ ଉପସ୍ଥିତ ରହି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।