ଆଧାର କାର୍ଡ ସାଜିଛି ବାଧକ : ସରକାରୀ ଯୋଜନାରୁ ବଞ୍ଚିତ ଅନେକ ପରିବାର l
ଥୁଆମୁଳ ରାମପୁର:୨୨/୦୩ – (ଦୁର୍ଗା କୀର୍ତ୍ତି):- ସରକାରଙ୍କ ନିୟମ ଅନୁସାରେ ପ୍ରତ୍ୟେକ ଲୋକଙ୍କୁ ଆଧାର କାର୍ଡ କରିବା ନିହାତି ଭାବରେ ଆବଶ୍ୟକ କାହିଁକି ନା ଯେକୌଣସି ସରକାରୀ ଯୋଜନା ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗ ପାଇବାକୁ ହେଲେ ଆଧାର କାର୍ଡର ଆବଶ୍ୟକ ପଡୁଥିବା ବେଳେ କିଛି ସ୍ଥାନରେ ନିଜ ନିଜର ପିଲାମାନଙ୍କୁ ପାଠ ପଢେବାକୁ ହେଲେ ନିହାତି ଭାବରେ ଆଧାର କାର୍ଡ ଦରକାର ପଡିଥାଏ। ଏପରିପ୍ରେକ୍ଷିରେ ଦେଖାଯାଇଛି ଯେ, ଜଣେ ଜଣେ ଲୋକଙ୍କର ଆଧାର କାର୍ଡ ନଥିବାଯୋଗୁଁ ସରକାରଙ୍କ ବିଭିନ୍ନ ଯୋଜନାରୁ ଅନେକ ଲୋକେ ବଞ୍ଚିତ ହେଉଥିବା ଜଣାପଡିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ଅନ୍ତର୍ଗତ ସିନ୍ଧିପଦର ଗ୍ରାମପଞ୍ଚାୟତ ର କେନ୍ଦୁଗୁଡା ରେ।

ଏହି ଗ୍ରାମର ବିଷିକେଶନ ମାଝୀ ପିତା ଆର୍ଗେ ମାଝୀ ୩/୫ ଥର ଆଧାର କଲେଣି ତଥାପି ଆଧାର ତାଙ୍କର ହୋଇ ପାରୁନାହିଁ, ସେହିଭଳି ତାଙ୍କ ମାଁଙ୍କର ୩/୪ ଥର ଆଧାର କରିଛନ୍ତି ତାଙ୍କୁ ମଧ୍ୟ ଆଧାର ହେବା ସମ୍ଭବ ହେଲାନାହିଁ। ଏପରି ଆଉ ଅନ୍ୟ ପରିବାର ମୁଖ୍ୟ ବିଷିକେଶନ ମାଝୀଙ୍କ ୫ ଜଣ ପୁଅଝିଅ ଯଥା ନବୀନ ମାଝୀ (୧୫) ହିମାଞ୍ଜଳୀ ମାଝୁ (୩) ମାଙ୍ଗତିଆ ମାଝୀ (୯) ନାଲେନୀ ମାଝୀ (୫) ବନିତା ମାଝୀ (୨) ବର୍ଷ। ଆଧାର କାର୍ଡ ନଥିବାରୁ ସରକାରୀ ଯୋଜନାରୁ ବଞ୍ଚିତ ରହିଥିବା ପ୍ରକାଶ କରିଥିବା ଜଣାପଡ଼ିଛି। ଯାହାଫଳରେ ଏହି ପରିବାରର ପିଲାମାନେ ପାଠପଢିବାରୁ ବଞ୍ଚିତ ରହିଥିବା ବେଳେ ସେହି ପରିବାର ପାଇଁ ରାସନ ସାମଗ୍ରୀ ଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ଭର୍ତ୍ତା ଓ ଆବାସ ଯୋଜନାରୁ ସମ୍ପୂର୍ଣ୍ଣ ଭାବେ ବଞ୍ଚିତ ରହିଛନ୍ତି। ତେବେ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପରିବାର ସଦସ୍ୟ ମାନଙ୍କୁ ଆଧାର କାର୍ଡ କରିବାରେ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି। ତେବେ ପଞ୍ଚାୟତ ତରଫରୁ ଏହି ପରିବାର ସଦସ୍ଯ ମାନଙ୍କୁ ଆଧାର କାର୍ଡ଼ ପାଇଁ ସହଯୋଗ କରାଯାଉ ବୋଲି ଅନୁରୋଧ କରିଥିବା ଜଣାପଡ଼ିଛି। ଏନେଇ ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ମାଝୀ ଙ୍କୁ ପଚାରିବାରୁ ଆମେ ଅନେକ ସମୟ ଆଧାର କ୍ୟମ୍ପ ଗ୍ରାମପଞ୍ଚାୟତ ତରଫରୁ କରୁଛୁ ହେଲେ ଏଥିରେ ଅନେକ ଲୋକ ବଞ୍ଚିତ ରହୁଛନ୍ତି କୌଣସି କାରଣ ବଶତଃ ସେମାନଙ୍କ ଆଧାର ହୋଇ ପାରୁ ନାହିଁ ଏଣୁ ଆମେ ବ୍ଲକ୍ ପ୍ରଶାସନ ଙ୍କୁ ଜଣାଇଛି ହେ କୌଣସି ସମାଧାନ ର ବାଟ କଢ଼ିବେ ବୋଲି ସରପଞ୍ଚ ପ୍ରତିକ୍ରିୟା ରଖିଛନ୍ତି l