ଆସନ୍ତାକାଲିଠୁ ରାଜ୍ୟରେ ସମସ୍ତ ସ୍କୁଲ କଲେଜ ବନ୍ଦ ଘୋଷଣା କଲେ ସରକାର ।
କାଲିଠାରୁ ରାଜ୍ୟବ୍ୟାପୀ ସମସ୍ତ ସ୍କୁଲ, କଲେଜ ବନ୍ଦ ଘୋଷଣା କଲେ ରାଜ୍ୟ ସରକାର । ଗ୍ରୀଷ୍ମ ପ୍ରବାହ ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ବନ୍ଦ ନେଇ ନିର୍ଦ୍ଦେଶ ଜାରି ।
ଯେଉଁ ଛାତ୍ରଛାତ୍ରୀମାନେ ଚାହିଁବେ ହଷ୍ଟେଲରେ ରହିପାରିବେ । ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷକମାନେ ଉପଲବ୍ଧ ରହିବେ ।ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ରାଜ୍ୟର ସମସ୍ତ ସ୍କୁଲ କଲେଜ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଛନ୍ତି । ତେବେ ଏଥିପାଇଁ ପରୀକ୍ଷା ପ୍ରଭାବିତ ହେବନି । ପୂର୍ବ କାର୍ଯ୍ୟସୂଚୀ ଅନୁଯାଇ ପରୀକ୍ଷା ଚାଲୁ ରହିବ ବୋଲି କହିଛନ୍ତି ସରକାର । ରାଜ୍ୟର ସବୁ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ ।ପିଲାଙ୍କ ପାଇଁ ଖାଦ୍ୟ ଘରକୁ ପଠାଯିବାର ବ୍ୟବସ୍ଥା କରାଯିବ । ସ୍କୁଲ, କଲେଜ ବନ୍ଦ ଠିକ୍ ଭାବେ ଚାଲିଚି କି ନାହିଁ ତା’ର ତଦାରଖ କରିବେ ଜିଲ୍ଲାପାଳ ।