ଉତ୍କଳ କମ୍ପାନୀରେ ବେକାରୀ ଯୁବକଙ୍କୁ ନିଯୁକ୍ତି ଯୋଗାଇ ଦେବା ପାଇଁ ପିସିସି ସଭାପତିଙ୍କୁ ଦାବୀ ପତ୍ର l
ଆଗାମୀ ୭ଦିନ ମଧ୍ୟରେ ଦାବି ପୂରଣ ନହେଲେ ମୁ ମଧ୍ୟ ଆନ୍ଦୋଳନରେ ବସିବି : ପିସିସି ସଭାପତି ଭକ୍ତ ଚରଣ ଦାସ l
ଥୁଆମୁଳ ରାମପୁର,୨୩/୦୪-(ଦୁର୍ଗା କୀର୍ତ୍ତି):- କଥା ଦେଇ କଥା ରଖୁନାହି ଉତ୍କଳ ଆଲୁମିନା କମ୍ପାନୀ l ଖଣି ପ୍ରଭାବିତ ଅଞ୍ଚଳର ବେକାର ଯୁବକ ଯୁବତୀ ଙ୍କୁ ସ୍ବାବଲମ୍ବୀ କରିବା ସହ ଫେରି ଫେରି ଡେବ୍ଲପମେଣ୍ଟ କରିବି କହି ବର୍ଷ ପରେ ବର୍ଷ ଠକିବାରେ ଲାଗିଛି ଉକ୍ତ ଅଞ୍ଚଳକୁ l ଖଣି ଖନନ ସମୟରେ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲା ତାହା କେବଳ ପ୍ରତିଶ୍ରୁତିରେ ହିଁ ରହିଗଲା l ଏନେଇ ଅନେକ ଥର ଅଞ୍ଚଳର ବେକାର ଯୁବକ ଯୁବତୀ ଗୁହାରି ସ୍ୱରୂପ ପ୍ରତିବାଦ କରିଆସୁଥିଲେ ମଧ୍ୟ ସେମାନଙ୍କ କଥା ଶୁଣିବା ବଦଳରେ ମିଛ କେସ କରି ପୋଲିସ ର ଭୟ, ଜେଲ ର ଭୟ ଦେଖାଉଛି l

ସୂଚନା ଯୋଗ୍ୟ ଯେ ଗତ ଫେବୃଆରୀ ମାସରେ ମାଳିଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କନରଫାସ, ଦୂର୍ମୁସି ଓ ସୂର୍ଯ୍ୟଗଡ ଆଦି ଅଞ୍ଚଳର ଜନସାଧାରଣ ଏବଂ ଜନପ୍ରତିନିଧି କମ୍ପାନୀ ପକ୍ଷରୁ ଚାଲିଥିବା ବ୍ଲାଷ୍ଟିଂ କୁ ପ୍ରତିବାଦ କରି ବିରୋଧକରି ଥିଲେ l ପରବର୍ତ୍ତୀ ସମୟରେ କଳାହାଣ୍ଡି ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମରେ କିଛି ଦିନ ବ୍ଲାଷ୍ଟିଂ କାମ ସ୍ଥଗିତ ରହିଥିଲା l ପରେ ପୁଣି ଆରମ୍ଭ ହେବା ସମୟରେ ପୁଣି ବିରୋଧ କରିବାରୁ କମ୍ପାନୀ ସୁରକ୍ଷା କର୍ମଚାରୀ ଏବଂ ଜନସାଧାରଣଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା l ଏହାକୁ ଭିତ୍ତି କରି କିଛି ଲୋକଙ୍କୁ ମିଥ୍ୟା କେସ ରେ ଜେଲ ବି ଯିବାକୁ ପଡ଼ିଥିଲା l ଏନେଇ ବୁଧବାର ଭୋର୍ ସକାଳେ ସୂର୍ଯ୍ୟଗଡ ଗ୍ରାମର ୪୦ ରୁ ୫୦ ବେକାର ଯୁବକ ରାଜ୍ୟ କଂଗ୍ରେସ ପିସିସି ଭକ୍ତ ଚରଣ ଦାସ ଙ୍କୁ ସାକ୍ଷାତ କରି ଏକ ଲିଖିତ ଗୁହାରି କରିଥିବା ଜଣାପଡିଛି l

ସେମାନଙ୍କ ଅଭିଯୋଗ ଅନୁସାରେ ସୁର୍ଯ୍ୟଗଡ ଗ୍ରାମର ୫୦ ଜଣ ଯୁବକ ଉତ୍କଳ ଆଲୁମିନା କମ୍ପାନୀ କୁ ଯାଇ ବାରମ୍ବାର ଗୁହାରୀ କଲୁ କୌଣସି ଗୁହାରି ଶୁଣିଲେ ନାହିଁ, ତେଣୁ ଆମ୍ବ ୫୦ ଜଣ ଯୁବକ ମାନେ ମାଇନ୍ସ ଉପରକୁ ଯାଇ ଆନ୍ଦୋଳନ କଲୁ , କାର୍ଯ୍ୟରତ କର୍ମଚାରୀମାନେ ତୁମମାନଙ୍କ କଥା ବୁଝାଜିବ ବୋଲି ପ୍ରତିଶ୍ରୁତି ଦେଲେ ଓ ବେକାରୀ ୩୦ ଜଣ ଯୁବକଙ୍କୁ ନିଯୁକ୍ତି ଦେବୀ କହି କୌଣସି ନିଯୁକ୍ତି ଦେଲେ ନାହିଁ l
ଚାକିରୀ ନାଁରେ ନିଜର ଜମିବାଡି ବନ୍ଧା ପକାଇ ବୁଲି ବୁଲି ଖର୍ଚ୍ଚାନ୍ତ ହୋଇ ସାରିଲୁଣି। ଏପରି ବର୍ଷ ବର୍ଷ ମାସ ମାସ ଧରି ଚାକିରୀ ଆଶାରେ ରହି ଆମ୍ଭେ ମାନେ ବହୁତ ହଇରାଣ ହୋଇ ସାରିଛୁ। ଏହାକୁ ଦୃଷ୍ଟିରେ ରଖି ଆପଣ ଆମ୍ଭ ଗରିବ ଘରର ପିଲାମାନଙ୍କ ନିମନ୍ତେ ସହଯୋଗର ହାତ ବଢ଼ିବାରେ ସହଯୋଗ କରି କମ୍ପାନୀରେ ଚାକିରୀ କରିବା ପାଇଁ ଆମ୍ଭ ମାନଙ୍କୁ ସହଯୋଗ କରନ୍ତୁ ବୋଲି ସୂର୍ଯ୍ଯଗଡ ଗ୍ରାମର ଯୁବକ ପିସିସି ସଭାପତି ଶ୍ରୀ ଦାସଙ୍କୁ ଲେଖିତ ଭାବରେ ଗୁହାରି କରିଥିବା ଜଣାପଡ଼ିଛି। ଯୁବକଙ୍କ ଅଭିଯୋଗ ଆକାରରେ ଶ୍ରୀ ଦାସ ସଙ୍ଗେ ସଙ୍ଗ କମ୍ପାନୀ କତୃପକ୍ଷଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ଉକ୍ତ ଘଟଣା ଉପରେ ଅବଗତ କରାଇବା ସହ ଯୋଦି ଆଗାମୀ ୭ଦିନ ମଧ୍ୟରେ ଏମାନଙ୍କ ଚାକିରି ବ୍ୟବସ୍ଥା ନ କରାଯାଏ ତେବେ ମୁଁ ମଧ୍ୟ ସେମାନଙ୍କ ସହ ଆନ୍ଦୋଳନରେ ବସିବି ଯେତେଦିନ ପର୍ଯ୍ୟନ୍ତ ତାଙ୍କ ହକ ଅଧିକାର ଅସଲ ନ ହୋଇଛି ବୋଲି କହିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l