ଏଥର ସରକାରୀ ଟଙ୍କାରେ ହେବ ରଥଯାତ୍ରା

ଚଳିତ ଥର ରଥଯାତ୍ରା ପାଇଁ ସରକାରୀ ସହାୟତା । ରାଜ୍ୟର ବିଭିନ୍ନ ସ୍ଥାନରେ ରଥ ନିର୍ମାଣ ଓ ରଥଯାତ୍ରା ପାଇଁ ଆର୍ଥିକ ସହାୟତା କରିବ ରାଜ୍ୟ ଆଇନ ବିଭାଗ । ଏ ନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ରଥ ନିର୍ମାଣ ଓ ରଥଯାତ୍ରା ପାଇଁ ଆର୍ଥିକ ସହାୟତା କରିବ ଆଇନ ବିଭାଗ । ଦେବୋତ୍ତର ଆୟୋଗ ଅଧୀନରେ ଥିବା ଜଗନ୍ନାଥ ମନ୍ଦିରକୁ ଏହି ସହାୟତା ମିଳିବ । ସହାୟତା ପାଇଁ ଅନେକ ଆବେଦନ ଆସିଥିବା ବେଳେ ତାହାକୁ ନେଇ ବିଚାର କରାଯାଉଛି । ଯେଉଁମାନେ ଆବେଦନ କରି ନାହାନ୍ତି ସେମାନଙ୍କ ସମ୍ପର୍କରେ ମଧ୍ୟ ବିଚାର କରାଯିବ ବୋଲି କହିଲେ ମନ୍ତ୍ରୀ ।ସେହିପରି ଶ୍ରୀମନ୍ଦିରରେ ଲାଗିବ ଆଣ୍ଟିଡ୍ରୋନ୍‍ ସିଷ୍ଟମ୍‍ । ଏନେଇ ବିଚାର କରାଯାଉଥିବା କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଣ୍ଟିଡ୍ରୋନ୍‍ ଟେକ୍ନୋଲୋଜି ଲଗାଯିବା ନେଇ ପୋଲିସ ବିଭାଗ ସହ ଆଲୋଚନା କରିଛି ଆଇନ ବିଭାଗ । ଏହି ସିଷ୍ଟମ୍‍ ଲାଗିବା ଦ୍ୱାରା ଶ୍ରୀମନ୍ଦିର ଉପରେ କିମ୍ବା ଚାରିପାଶ୍ୱର୍ରେ କେଉଁଠି ବି ଡ୍ରୋନ୍‍ ଉଡିବା ମାତ୍ରେ ଏହାକୁ ଖସାଇ ଦିଆଯାଇ ପାରିବ । ଆବଶ୍ୟକ ହେଲେ ଏହି ପ୍ରଯୁକ୍ତି ସ୍ଥାପନ ପାଇଁ ଆର୍ଥିକ ସହାୟତା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ଦ୍ୱାରା ପ୍ରଦାନ କରାଯିବ, ବୋଲି ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି।

Ad 13