ଏବେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ ।

ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ । ନୂଆ ରାସନ କାର୍ଡ ବଣ୍ଟନ ପାଇଁ ସରକାରଙ୍କ ଘୋଷଣା । ହିତାଧିକାରୀଙ୍କୁ ମିଳିବ ରଙ୍ଗୀନ ରାସନ କାର୍ଡ । ବିଡିଓ, ମ୍ୟୁନିସିପାଲ୍ କମିଶନର ଇସ୍ୟୁ କରିବେ କାର୍ଡ ।

୨୦ ଏପ୍ରିଲ ସୁଦ୍ଧା ନୂଆ ରାସନ କାର୍ଡ ପ୍ରସ୍ତୁତ କରାଯିବ । ବ୍ଲକ ଓ ୟୁଏଲବି ଅଧିକାରୀଙ୍କୁ କାର୍ଡ ବଣ୍ଟନ ବିଡିଓ ଓ ମୁନିସିପାଲ କମିଶନର । ଯାଂଚ ପରେ ନୂଆ ସଦସ୍ୟଙ୍କୁ ସାମିଲ କରାଯାଇପାରିବ । ଏ ନେଇ ଖାଦ୍ୟ ଯୋଗାଭ ଓ ଖାଉଟି କଲ୍ୟାଣ ବିଭାଗର ସୂଚନା ରହିଛି ।ଇକେଓ୍ୱାଇସି କରି ଯୋଗ୍ୟ ହିତାଧିକାରୀ ଚିହ୍ନଟ କରିବା ସହ ଅଯୋଗ୍ୟଙ୍କୁ ବାଦ ଦିଆଯିବା ପ୍ରକ୍ରିୟା ଜାରି ରହିଛି । ତେବେ ଏହାରି ଭିତରେ ନୂଆ ରାସନ କାର୍ଡ ବଣ୍ଟନ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଖୁସି ଖବର ଆଣିଦେଇଛି । ଏନେଇ ଖାଦ୍ୟ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Ad 13