ଏହି ମହିଳାଙ୍କୁ ଏପ୍ରିଲ୍ ୨୪ରେ ମିଳିବ ସୁଭଦ୍ରା ଟଙ୍କା
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା । ଏପ୍ରିଲ୍ ୨୪ରେ ମିଳିବ ସୁଭଦ୍ରା ହିତାଧିକାରୀଙ୍କ ଟଙ୍କା । ପଞ୍ଚାୟତିରାଜ ଦିବସ ଅବସରରେ ପୁରୀ ଠାରେ ସୁଭଦ୍ରା ଟଙ୍କା ଦେବେ ରାଜ୍ୟ ସରକାର । ମୋଟ ୧ ଲକ୍ଷ ୭୦ ହଜାର ମହିଳା ଏକା ଥରକେ ଦୁଇଟି କିସ୍ତି ଟଙ୍କା ପାଇବେ । ମାର୍ଚ୍ଚ ୩୧ ଯାଏଁ ଆବେଦନ କରିଥିବା ମହିଳାଙ୍କୁ ମିଳିବ ଟଙ୍କା । ପ୍ରଭାତୀଙ୍କ ଏହି ଘୋଷଣା ପରେ ଏବେ ପୁଣି ଥରେ ସୁଭଦ୍ରା ଆବେଦନକାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
ମାର୍ଚ୍ଚରେ ରାଜ୍ୟରେ ଅନେକ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା । ହେଲେ ଅନେକଙ୍କ କୌଣସି କାରଣ ବଶତଃ ଆକାଉଣ୍ଟକୁ ଟଙ୍କା ଆସିନଥିଲା । କିନ୍ତୁ ସେମାନେ ଏବେ ଆଦୌ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । କାରଣ ପୁଣି ଥରେ ଏହି ମାସରେ ସୁଭଦ୍ରା ଟଙ୍କା ଆକାଉଣ୍ଟକୁ ଆସିବାକୁ ଯାଉଛି ।