ଓଡିଆ ପକ୍ଷ ପାଳନ କରି ଅପଲୋଡ କରନ୍ତୁ ସେଲଫି ଆଉ …
ଓଡିଆ ପକ୍ଷ ପାଳନ କରନ୍ତୁ ଏବଂ ଓଡିଆ ପକ୍ଷ ଓ୍ବେବସାଇଟରେ ଅପଲୋଡ କରନ୍ତୁ ଆପଣଙ୍କ ସେଲଫି । କାରଣ ଏଥିପାଇଁ ଓଡ଼ିଆ ପକ୍ଷ ପାଳନ ପାଇଁ ସ୍ୱତନ୍ତ୍ର ୱେବସାଇଟ୍ https://odiapakhya.com ଖୋଲିଛନ୍ତି ଓଡିଶା ସରକାର । ଯେଉଁଥିରେ ଓଡିଶାବାସୀ ଓଡ଼ିଆ ପକ୍ଷ ସମ୍ବନ୍ଧୀୟ କୁଇଜରେ ଭାଗ ନେବା ସହିତ ଓଡ଼ିଆ ପକ୍ଷ ପାଳନ କରି ନିଜର ସେଲ୍ଫି ଅପଲୋଡ଼ କରିପାରିବେ । ଏନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।ଏଥିସହିତ ୱେବସାଇଟରେ ଓଡ଼ିଆ ପକ୍ଷ ପାଳନ ସମ୍ବନ୍ଧୀୟ ଏକ କୁଇଜ୍ ମଧ୍ୟ ରଖାଯାଇଛି। ଏହି କୁଇଜ୍ରେ ଓଡ଼ିଶାର ବରପୁତ୍ର ଏବଂ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ଓ ପରମ୍ପରା ସମ୍ବନ୍ଧୀୟ ପ୍ରଶ୍ନ ରହିଛି। ସମସ୍ତେ ଏହି କୁଇଜ୍ରେ ଅଂଶଗ୍ରହଣ କରି ନିଜର ଡିଜିଟାଲ୍ ପ୍ରମାଣପତ୍ର ମଧ୍ୟ ଡ଼ାଉନଲୋଡ୍ କରିପାରିବେ। ଏଥିସହିତ ଏପ୍ରିଲ ୧ ତାରିଖ ଠାରୁ ନେଇ ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ତରଫରୁ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ସବିଶେଷ ବିବରଣୀ ପ୍ରଦାନ କରାଯାଇଛି ।