କଙ୍ଗନାଙ୍କ ‘Emergency’ ! ଫ୍ୟାନ୍ସଙ୍କ ମନ ଜିତୁଛି ଅଭିନେତ୍ରୀଙ୍କ ଦମ୍‌ଦାର ଅଭିନୟ

ଏମରଜେନ୍ସି ଫିଲ୍ମରେ ଇନ୍ଦିରାଗାନ୍ଧିଙ୍କ ପିଲାଦିନ ଠାରୁ ତାଙ୍କୁ ହତ୍ୟା ସମୟ ପର୍ଯ୍ୟନ୍ତ ଘଟଣାବଳୀକୁ ଦେଖାଯାଇଛି । ଏହି ଫିଲ୍ମ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଆତ୍ମ ଜୀବନୀ ବୋଲି କହୁନାହିଁ ଏହି ଫିଲ୍ମ । କଙ୍ଗନା ଏହି ଚଳଚ୍ଚିତ୍ରର କାହାଣୀ ଲେଖିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଯେତେବେଳେ ଫିଲ୍ମର ଫାଷ୍ଟ ଲୁକ୍ ମୁକ୍ତିଲାଭ କରିଥିଲା। କଙ୍ଗନାଙ୍କୁ ଇନ୍ଦିରା ଗାନ୍ଧୀଙ୍କ ଲୁକରେ ଦେଖିବାକୁ ଫ୍ୟାନ୍ସ ଉତ୍ସାହିତ ଥିଲେ । ବଡ କଥା ହେଲା କଙ୍ଗନା ଏହି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକଙ୍କୁ ଦୁଇଗୁଣ ଆଶା ଦେଇଛନ୍ତି। କଙ୍ଗନା ଏଥର ଭଲ ଚଳଚ୍ଚିତ୍ର ଆଣିଛନ୍ତି। ତାଙ୍କ ପ୍ରଦର୍ଶନକୁ ପ୍ରଶଂସା କରାଯାଇଛି । ବାସ୍ତବ ଜୀବନରେ ଅଭିନେତ୍ରୀ କଙ୍ଗନା ହେଉଛନ୍ତି ଜଣେ ସାଂସଦ ।

ଯଦି ଦେଖିବା ସେ ଏବେ ବଡ ପରଦାରେ ନଜର ଆସୁଛନ୍ତି । ତାହା ପୁଣି ବାସ୍ତବିକ ଜୀବନରେ ଜଣେ ରାଜନେତ୍ରୀ ଭାବରେ ପରଦା ଉପରକୁ ଆସିଛନ୍ତି । ଗତଥର ସେ ତାମିଲନାଡୁର ପୂର୍ବ ମୂଖମନ୍ତ୍ରୀ ଜୟ ଲଳିତାଙ୍କ ଭୂମିକାରେ ନଜର ଆସିଥିଲେ । ଆଉ ଏବେ ସେ ଏମରଜେନ୍ସିରେ ଭାରତର ପୂର୍ବତନ ମୂଖମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଙ୍କ ଭୂମିକାରରେ ନଜର ଆସିଛନ୍ତି ।ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ କଙ୍ଗନା ଆଶ୍ଚର୍ଯ୍ୟଜନକ ଦେଖାଯାଉଛନ୍ତି। ତାଙ୍କ ପ୍ରଦର୍ଶନ ଶବ୍ଦ ବାହାରେ। କଙ୍ଗନାଙ୍କ ଅଭିନୟ ଦେଖି ଯେକେହି ଆଶ୍ଚର୍ଯ୍ୟ ହୋଇପାରନ୍ତି । ପ୍ରକୃତରେ ଏହି ଭୂମିକାରେ ଅଭିନୟ କରୁଛନ୍ତି ନା ଇନ୍ଦିରା ଗାନ୍ଧୀ। ଅନୁପମ ଖେର ମଧ୍ୟ ଜୟପ୍ରକାଶ ନାରାୟଣଙ୍କ ଭଳି ଭଲ ଦେଖାଯାଉଛନ୍ତି। ପୁପୁଲ ଜୟକର ଭାବରେ ମହିମା ଚୌଧରୀ, ଜଗଜୀବନ ରାମ ଭାବରେ ସତୀଶ କୌଶିକ ଏବଂ ଅଟଳ ବିହାରୀ ବାଜପେୟୀ ଭାବରେ ଶ୍ରେୟାସ ତାଲପଡେ ମଧ୍ୟ ଏକ ଜବରଦସ୍ତ ଟକ୍କର ଦେଇଛନ୍ତି। କଙ୍ଗନାଙ୍କ ଫିଲ୍ମ ଟ୍ରେଣ୍ଡରେ ପରିଣତ ହୋଇଛି ।