କଟୁପାଲିରେ ୧୪ତମ ଚବିଶପ୍ରହର ଅଖଣ୍ଡ ନାମଯଜ୍ଞ
କେନ୍ଦୁଝର, ୧୩/୫ ( ଭୁବନେଶ୍ବର ମହାକୁଡ ) : କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ନୟାଗଡ ପଞ୍ଚାୟତ କଟୁପାଲି ଗ୍ରାମରେ ୧୪ତମ ଅଖଣ୍ଡ ଚବିଶ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଛି। ନିକଟସ୍ଥ ବୈତରଣୀ ନଦୀରୁ ବୁଡ ପକାଇ ୧୧ଜଣିଆ ଜଳ କଳସ ଶୋଭାଯାତ୍ରା କରି ଯଜ୍ଞପୂଜା ଆରମ୍ଭ ହୋଇଥିଲା ।

ଗାଁ ରୁ ସହର ପର୍ଯ୍ୟନ୍ତ ସବୁଠି ଭଗବାନ ଶ୍ରୀକୃଷ୍ଣ ବିରାଜମାନ କରିଛନ୍ତି। ଏହା ସହିତ ନାମ ର ତାଳେ ତାଳେ ୬ଟି ପୁରୁଷ କୀର୍ତନ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଥିବା ବେଳେ ଜିଲା ତଥା ଜିଲ୍ଲା ବାହାରୁ ମଧ୍ୟ ଶହ ଶହ ରାମ ପ୍ରେମୀଙ୍କ କଟୁପାଲି ଗ୍ରାମରେ ଭିଡ ଜମିଥିବା ଦେଖିବାକୁ ମିଳିଛି।

ଏହି ୧୪ ତମ ଶ୍ରୀ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଅଖଣ୍ଡ ଚବିଶ ପ୍ରହର ନାମଯଜ୍ଞ ହେଉଥିବାରୁ କଟୁପାଲି ଗ୍ରାମବାସୀ ଖୁସି ପ୍ରକଟ କରିବା ସହିତ
ଉତ୍ସାହିତ ହୋଇଛନ୍ତି।

ସ୍ଥାନୀୟ ଅଞ୍ଚଳ ର ଦର୍ଶକ ମାନଙ୍କ ପାଇଁ ୨୪ଘଣ୍ଟିଆ ଭଜନ ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା କଟୁପାଲି ଗ୍ରାମରେ ପ୍ରଶାସନିକ ଅଧିକାରିଙ୍କ ଠାରୁ ରାଜନେତା ଏବଂ ସ୍ଥାନୀୟ କମ୍ପାନୀ ଅଧିକାରୀ ମାନଙ୍କ ଉପସ୍ଥିତି ଦେଖିବା ପାଇଁ ମିଳିଛି। ନାମଯଜ୍ଞ ୯ ତାରିଖ ଶୁକ୍ରବାର ନାମଯଜ୍ଞ ଆରମ୍ଭ ହୋଇ ୧୨ ତାରିଖ ରେ ପୁର୍ଣାହୁତି ସହିତ ବୈଠକି ପାଲା ନଗର କୀର୍ତ୍ତନ ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ପରେ ଶେଷ କରିଥିଲେ ।

କମିଟି ପକ୍ଷରୁ ଗ୍ରାମରେ ମଦ ଓ ଆମିଷ ନିଷେଦ୍ଧ କରାଯାଇଛି। କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି କୁ ଏଡାଇବା ପାଇଁ କଟୁପାଲି ଗ୍ରାମ ବାସୀଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଥିବା ଦେଖିବାକୁ ମିଳିଛି । ଏହି ୨୪ପ୍ରହର ଅଂଶଗ୍ରହଣ କରିଥିବା ଦଳ ଗୁଡିକ ହେଲା ୧. ନେଦିଗୋଠ,କେନ୍ଦୁଝର. ୨. କୁ ଳି ଅଣା, ପଦ୍ମପୁର, ବାଲକାଣ୍ଡ, ରାଇକଳା ଢିପାସାହି, ଦିସ୍ ପଥୋର୍ଲା ୬ଟି ଦଳ ଅଂଶଗ୍ରହଣ କରି ନାମଯଜ୍ଞ ପରିବେଷଣ କରିଛନ୍ତି।
