କଳିଙ୍ଗ ଷ୍ଟାଡିୟମରେ ସ୍ୱର୍ଣ୍ଣ ଜିତିଲେ ନୀରଜ ଚୋପ୍ରା
ଜାତୀୟ ଫେଡେରେସନ ଆଥଲେଟିକ୍ ଚାମ୍ପିଅନସିପରେ ସ୍ବର୍ଣ୍ଣ ପଦକ ଜିତିଲେ ନୀରଜ ଚୋପ୍ରା । ସର୍ବାଧିକ ୮୨.୨୭ ମିଟର ଜାଭେଲିନ୍ ଫିଙ୍ଗି ସ୍ବର୍ଣ୍ଣ ଜିତିଲେ ନୀରଜ । ତେବେ ପ୍ରଥମରେ ନୀରଜ ଭଲ ପ୍ରଦର୍ଶନ କରିବାକୁ ସଂଘର୍ଷ କରୁଥିବା ବେଳେ ତୃତୀୟ ରାଉଣ୍ଡ ସୁଦ୍ଧା ଦ୍ୱିତୀୟରେ ରହିଥିଲେ। ଚତୁର୍ଥ ରାଉଣ୍ଡରେ ୮୨.୨୭ ମିଟର ଫିଙ୍ଗି ପ୍ରଥମ ସ୍ଥାନକୁ ଆସିଥିଲେ ଏବଂ ଫାଇନାଲ ରାଉଣ୍ଡରେ ମଧ୍ୟ ସେ ଅଂଶଗ୍ରହଣ କରି ନ ଥିଲେ।
ଡିପି ମନୁ ୮୨.୦୬ ମିଟର ଫିଙ୍ଗି ଦ୍ୱିତୀୟ ସ୍ଥାନରେ ରହିଥିଲେ। ସେହିପରି ଉତ୍ତମ ୭୮.୩୯ ମିଟର ସହିତ ତୃତୀୟ ସ୍ଥାନରେ ରହିଥିଲେ।କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୨୭ତମ ଜାତୀୟ ସିନିଅର ଫେଡେରସନ କପ୍ ଆଥଲେଟିକ୍ସ ଚାମ୍ପିଅନସିପର ଶେଷ ଦିନ ଥିଲା ।ସେ ଟୋକିଓରେ ଭାରତ ପାଇଁ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହାପରେ ୨୦୨୨ ଡାଇମଣ୍ଡ ଲିଗରେ ଚାମ୍ପିଅନ, ୨୦୨୩ରେ ବିଶ୍ୱ ଚାମ୍ପିଅନ ଏବଂ ଚାଇନାରେ ଅନୁଷ୍ଠିତ ହୋଇଥିବା ଏସିଆନ ଗେମ୍ସରେ ନିଜର ସ୍ବର୍ଣ୍ଣକୁ ବଜାୟ ରଖିଥିଲେ।