କାମ କରୁନି ଥଣ୍ଡା ପାନୀୟ ଜଳ ପ୍ରକଳ୍ପ; ଖରାଦିନେ ଶୀତଳ ବଦଳରେ ବାହାରୁଛି ଗରମ ପାଣି l
ସବୁ ଦେଖି ଗ୍ରାମପଞ୍ଚାୟତ କର୍ତ୍ତୃପକ୍ଷ ନିରବଦ୍ରଷ୍ଟା l
ଥୁଆମୂଳ ରାମପୁର,୨୧/୦୪-(ଦୁର୍ଗା କୀର୍ତ୍ତି):- ଗାଁଠୁ ସହର ସବୁଠି ତାତି। ତାତିରୁ ତ୍ରାହି ପାଇଁ ଦରକାର ଥଣ୍ଡା ପାଣି। ମୁନ୍ଦାଏ ତୁଣ୍ଡରେ ପଡିଗଲେ ମିଳିଥାଏ ଆତ୍ମ ସନ୍ତୋଷ। ହେଲେ ଗ୍ରାମାଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବସାଯାଇଥିବା ପାନୀୟ ଜଳ ପ୍ରକଳ୍ପରୁ ଥଣ୍ଡା ପାଣି ବଦଳରେ ବାହାରୁଛି ଗରମ ପାଣି l ସମଗ୍ର ରାଜ୍ୟରେ ରାଜୁତି କରୁଛି ଖରା। ଏଥିରୁ ବାଦ ପଡୁନି କଳାହାଣ୍ଡି ଜିଲ୍ଲା ର ଥୁଆମୂଳ ରାମପୁର ବ୍ଲକ୍ ର ବିଭିନ୍ନ ଗ୍ରାମାଞ୍ଚଳ । ଏମିତି ଗ୍ରୀଷ୍ମ ଋତୁ ସମୟରେ ଥଣ୍ଡା ପାଣି ଟୋପେ ତୁଣ୍ଡରେ ଟିକିଏ ପଡିଲେ ଅମୃତ ଭଳିଆ ଲାଗିଥାଏ।

ହେଲେ ଥୁଆମୂଳ ରାମପୁର ବ୍ଲକ୍ ସଦର ସ୍ଥିତ ପଞ୍ଚାୟତ ଛକରେ ଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, କଳାହାଣ୍ଡି ତରଫରୁ ନିର୍ମିତ ଗୋପବନ୍ଧୁ ଗ୍ରାମୀଣ ଯୋଜନା ୨୦୧୮-୧୯ ଆର୍ଥିକ ବର୍ଷ ର ୨,୪୪,୦୦୦ ଟଙ୍କା ବ୍ୟୟ ଅଟକଳ ମୂଲ୍ୟରେ ନିର୍ମିତ ଥଣ୍ଡା ପାନୀୟ ଜଳ ପ୍ରକଳ୍ପରୁ ଥଣ୍ଡା ପାଣି ବଦଳରେ ଗରମ ପାଣି ବାହାରୁଛି। ଏହି ରାସ୍ତା ରେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ୍ ମୁଖ୍ୟାଳୟ, ବ୍ୟାଙ୍କ୍, ବ୍ଲକ୍ ଶିକ୍ଷାଧିକାରିଣୀ ଙ୍କ କାର୍ଯ୍ୟାଳୟ, ମିଶନ ଶକ୍ତି ଭବନ, ଆଇସିଡ଼ିଏସ ଭଳି ଅନେକ ସରକାରୀ କାର୍ଯ୍ୟାଳୟକୁ ପ୍ରତିଦିନ ସହ ସହ ଲୋକମାନେ ତାଙ୍କ ବିଭିନ୍ନ କାମ ନେଇ ଆସିଥାନ୍ତି । ହେଲେ ଖରାଦିନେ ଥଣ୍ଡା ପାଣି ତୁଣ୍ଡରେ ଦେବା ସମ୍ଭବ ହେଉନାହିଁ l କଳାହାଣ୍ଡି ଜିଲ୍ଲାରେ ଦିନକୁ ୩୦ ଡିଗ୍ରୀ ରୁ ୪୫, ୫୦ ଡିଗ୍ରୀକୁ ଖରା ଛୁଇଁ ଯାଉଥିବା ବେଳେ ବ୍ଲକ୍ ପ୍ରଶାସନ ଲୋକଙ୍କ ପାଇଁ କୌଣସି ବ୍ୟବସ୍ଥା କରିନାହିଁ । ବ୍ଲକ୍ ର ମାତ୍ର କିଛି ସ୍ଥାନରେ ମାଠିଆ ମାଧ୍ୟମରେ ପାଣି ଯୋଗାଇ ଦିଆଜାଉଥିବା ବେଳେ ବାକି ଅଞ୍ଚଳରେ ଲୋକେ ପାଣି ଟପିଏ ପାଇଁ ଡହଳ ବିକଳ ହେଉଛନ୍ତି l ବ୍ଲକ୍ ପ୍ରଶାସନ କିମ୍ବା ଗ୍ରାମପଞ୍ଚାୟତ ସ୍ତରରେ ପଦାଧିକାରୀ ଙ୍କ ପକ୍ଷରୁ ପାନୀୟ ଜଳ ଉପରେ ଗୁରୁତ୍ୱ ଦିଆଯାଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ସ୍ଥାନୀୟ ସରପଞ୍ଚ ବିଜୟା ମାଝୀ ଙ୍କୁ ପଚାରିବାରୁ ଏହି ପ୍ରକଳ୍ପ ଆମ ସମୟର ନୁହଁ ଏହା ପୁରୁଣା , ହିଁ ଏତିକି ଜାଣିଛୁ ଯିଏ ଠିକା କାମ କରୁଥିଲା ସେ ଠିକାଦାର ପଞ୍ଚାୟତ ଅଫିସ୍ ଛକ ର କୁଲିଂ ମୋଟର ନେଇ ଯାଇଛନ୍ତି ଏଣୁ ଏଠାରୁ ଥଣ୍ଡା ପାଣି ବାହାରୁ ନାହିଁ , ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଟଙ୍କଧର ସାହୁଙ୍କୁ ପଚାରିବାରୁ ମୁ ଏବିଷୟରେ କିଛି ଜାଣି ନାହିଁ ମୁଁ ସେ ସମୟରେ ଉକ୍ତ ପଞ୍ଚାୟତରେ ନଥିଲି ଏହା ପୂର୍ବ ଅଧିକାରୀ ଥିଲା ସମୟରେ ହୋଇଥିଲା l ଆଉ ଯୋଦି ଓ ସେ ଜଳ ଯୋଗାଣ ରୁ ଥଣ୍ଡା ପାଣି ଆସୁନାହି ତାହା ହେଲେ ପୂର୍ବ ସମୟରେ କଣ ହୋଇଥିବ ମୁ କିଛି କହି ପାରିବି ନାହିଁ ବୋଲି ଉତ୍ତର ରଖିଛନ୍ତି l ସେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପର ରକ୍ଷଣାବେକ୍ଷଣ ଓ ମରାମତି ଦାୟିତ୍ୱ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଧିକାରୀଙ୍କର ହୋଇଥିବାବେଳେ ସରପଞ୍ଚ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଜ ଦାୟିତ୍ୱ ଠିକ୍ ଭାବରେ ନିର୍ବାହ କରୁନଥିବାରୁ ଏବେ ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ସମୟରେ ଲୋକେ ଥଣ୍ଡା ପାଣି ଟିକେ ନପାଇ ଡହଳବିକଳ ହେଉଛନ୍ତି । ବ୍ଲକ୍ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ଅଚଳ ବା ଗରମ ପାଣି ବାହାରୁଥିବା ପ୍ରକଳ୍ପକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ସାଧାରଣରେ ଦାବି ହେଉଛି ।