କାଳବୈଶାଖୀ ର ପ୍ରୋକପ : ଘର ଉପରେ ପଡ଼ିଲା ଖଜୁରୀ ଗଛ : ଅଳ୍ପକେ ବର୍ତିଲେ ପରିବାର ଲୋକେ l

ଥୁଆମୂଳ ରାମପୁର,୧୩/୦୫-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବାଗଡିଆଣି ଗ୍ରାମର ଗୋଟିଏ ଘର ଉପରେ ଏକ ଖଜୁରୀ ଗଛ ଛିଣ୍ଡି ପଡିଥିବା ବେଳେ ଘରର ଆଜବେଷ୍ଟ ଭାଙ୍ଗି ନଷ୍ଟ ହେବା ସହିତ ଘର ଭିତରେ ଶୋଇଥିବା ଜଣେ ବୃଦ୍ଧଙ୍କ ଉପରେ ପଡିଥିଲା। ସୂଚନା ଯୋଗ୍ୟ ଯେ ସୋମବାର ରାତି ପ୍ରାୟ ୧୦ ସମୟରେ ଆସିଥିବା କାଳବୈଶାଖିର ପବନରେ ଏହି ଅଘଟଣ ଘଟିଛି। ବୃଦ୍ଧ ଜଣକ ହେଉଛନ୍ତି ଯଦୁମଣି ନାଏକ (୭୦) ବୋଲି ଅନୁମାନ କରାଯାଏ।

ସୂଚନା ପାଇ ଅଗ୍ନିଶମ ବିଭାଗର ହାବିଲଦାର ବନମାଳୀ ପୁଜାରି ତାଙ୍କ ଟିମ୍ କୁ ନେଇ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧଙ୍କୁ ଉଦ୍ଧାର କରି ତାଙ୍କ ଗାଡିରେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଭର୍ତ୍ତି କରିଥିଲେ। ଏନେଇ ରାଜସ୍ବ ନିରୀକ୍ଷକଙ୍କୁ ମଧ୍ୟ ସୂଚନା ଦିଆଯାଇଛି। ଆସି ସ୍ଥିତି ଅନୁଧ୍ୟାନ କଲା ପରେ ଛିଣ୍ଡି ପଡିଥିବା ଗଛକୁ ହଟାଯାଇପାରିବ ବୋଲି ହାବିଲଦାର ଶ୍ରୀ ପୁଜାରି ସୂଚନା ଦେଇଛନ୍ତି।ବର୍ତ୍ତମାନ ଆହତ ବୃଦ୍ଧ ଜଣକ ଚିକିତ୍ସିତ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି ।

Ad 13