ଖୁବଶୀଘ୍ର ଲକ୍ଷେ ପାର କରିବ ସୁନା ଦର। ୨୪ କ୍ୟାରେଟ ସୁନା ୯୮ ହଜାର ପାର୍‌

ଖୁବଶୀଘ୍ର ଲକ୍ଷେ ପାର କରିବ ସୁନା ଦର। ଅର୍ଥାତ୍ ଚଳିତ ସପ୍ତାହରେ ଏପ୍ରିଲ ମାସରେ ଲକ୍ଷେ ଛୁଇଁବ ସୁନା ଦର। ନିଇତି ନୂଆ ରେକର୍ଡ କରୁଛି ସୁନା । ଆଜି ବି ସୁନା ମହଙ୍ଗା ହୋଇଛି । ୯୦ ହଜାର ଡେଇଁଲା ୨୨ କ୍ୟାରେଟ ସୁନା ।୨୪ କ୍ୟାରେଟ ସୁନା ୯୮ ହଜାର ପାର୍‌ କରିଛି।ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୯୦ ହଜାର ୧୫୦ ଟଙ୍କା ହୋଇଛି। ଅର୍ଥାତ୍ ଆଜି ମହଙ୍ଗା ହୋଇଛି ସୁନା ୭୦୦ ଟଙ୍କା। କେବଳ ସୁନା ନୁହେଁ ରୁପା ଦର ମଧ୍ୟ ଆଜି ବଢ଼ିଛି।ସେହିପରି କଟକରେ ଆଜି ଖାଣ୍ଟି ସୁନା ବା ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୯୮ହଜାର ୩୫୦ ଟଙ୍କାରେ ପହଞ୍ଚିଛି। ଗହଣା ତିଆରି ହେଉଥିବା ୨୨ କ୍ୟାରେଟ ସୁନା ଦାମ ୧୦ ଗ୍ରାମ ପିଛା ୯୦ହଜାର ୧୫୦ ଟଙ୍କା ହୋଇଛି।ବିବାହ ସିଜିନରେ ରୁପା ଓ ସୁନାର ଦର ବୃଦ୍ଧି ଗ୍ରାହକଙ୍କ ପକେଟକୁ ବେଶ୍ ବାଧୁଛି।

Ad 13