ଗାଁସାଥିର ଲାଳସା ଗାଁରେ ବଡୁଛି ସମସ୍ୟା : ପ୍ରଶାସନ କରୁଛି ପ୍ରଶଂସ I

ଥୁଆମୂଳ ରାମପୁର,୦୩/୦୬-(ଦୁର୍ଗା କୀର୍ତ୍ତି):- ମନରେଗା ଯୋଜନା ର କାର୍ଯ୍ୟ ତଦାରଖ ବା ଲୋକଙ୍କୁ ୧୦୦ଦିନ ନିଜ ଗ୍ରାମରେ କର୍ମଜୀବୀ ବୃଦ୍ଧି କରିବାରେ ସହଯୋଗ କରିବା ପାଇଁ ନିୟୋଜିତ ଗାଁସାଥିଙ୍କ ମନମୁଖି କାର୍ଯ୍ୟ କଲାପକୁ ଉପରେ ଗ୍ରାମବାସୀ ଅଷନ୍ତୋସ ପ୍ରକାଶ କରି ବାରମ୍ବାର ବ୍ଲକ ପ୍ରଶାସନଙ୍କୁ ଲିଖିତ ଓ ମୌଖିକ ଭାବେ ଅଭିଯୋଗ କରି ଆସୁଥିବା ବେଲେ ତାକୁ ନେଇ ଏକାଧିକ ଥର ବୈଠକ କରାଯାଇଛି l ତଥାପି କିଛି ପରିବର୍ତ୍ତନ ହେଲା ନାହିଁ l ଦିନକୁ ଦିନ କିଛି ଗାଁ ସାଥୀ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା କରିବା ସହ ସେମାନେ ନିଜେ ଠିକାଦାର ସାଜି ସରକାରୀ ଟଙ୍କା ଅବବ୍ୟବହାର କରୁଥିବା ସହ ଏମ.ଜି.ଏନ.ଆର.ଇ.ଜି.ଏ, ଏନ.ଆର.ଇ.ଜି.ଏ ଏବଂ ଏମ.ଏନ.ଆର.ଇ.ଜି.ଏ ଯୋଜନାର ଆଇନ ୨୦୦୫ ଓ ୨୦୦୯ କୁ ସମ୍ପୂର୍ଣ୍ଣ ଉଲଘଂନ କରୁଥିବା ଅଭିଯୋଗ ଅନୁସାରେ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇଲା ପରେ ମଧ୍ୟ ଗ୍ରାମ ବାସୀଙ୍କୁ କୌଣସି ସୁଫୋଲ ମିଳୁ ନାହିଁ ବୋଲି ଆମ ଧରିତ୍ରୀ ଆଗରେ ପ୍ରକାଶ କରିଛନ୍ତି ଗ୍ରାମବାସୀ l ଏଭଳି ଏକ ଖବର ସାମ୍ନା କୁ ଆସିଛି କଳାହାଣ୍ଡି ଜିଲ୍ଲା ଥୁଆମୂଲ୍ ରାମପୁର ବ୍ଲକ ଅନ୍ତର୍ଗତ ମହୁଲପାଟଣା ପଞ୍ଚାୟତ ଅଧିନସ୍ତ ପଡାପଦର ଗ୍ରାମ ରୁ l ମିଳିଥିବା ସୂଚନା ଅନୁଯାୟୀ ପଡାପଦର ଗ୍ରାମର ଦୁଇ ଗାଁ ସାଥିଙ୍କ ଏଭଳି ମନମୁଖୀ ଦୁର୍ନୀତି କାର୍ଯ୍ୟକଳାପକୁ ନେଇ ଗତ ମାସ ରେ ଗ୍ରାମବାସୀ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ବିଡ଼ିଓଙ୍କ ପର୍ଯ୍ୟନ୍ତ ଅନେକ ଥର ଲିଖିତ ମୌଖିକ ଅଭିଯୋଗ ପରେ ଏନେଇ ଆମ ଧରିତ୍ରୀ ରେ ଖବର ପ୍ରକାଶ ପାଇଥିଲା l

ଏହାପରେ ବ୍ଲକ ପ୍ରଶାସନ ତତ୍ପରତା ଦେଖାଇ ଗତ ଶନିବାର ଅପରାହ୍ନରେ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଏକ ବୈଠକ କରାଯାଇଥିଲା ଏବଂ ସେଥିରେ ସ୍ଥାନୀୟ ରତନୀ ମାଝୀ,
କାର୍ଯ୍ଯ ନିର୍ବାହୀ କନିଷ୍ଠ ଯନ୍ତ୍ରୀ ସତ୍ୟନାରାୟଣ ବେହେରା, ପଞ୍ଚାୟତ ନିର୍ବାହୀ ଅଧିକାରୀ ତ୍ରିଲୋଚନ ନାଏକ ଗ୍ରାମ ରଜଗାର ସେବକ ମୋନୋଜ ରାଉତ, ଯୋଗାଣ ସହାୟକ ବିପିନ୍ଦ୍ର ନାଏକ, ପୂର୍ବତନ ସରପଞ୍ଚ ଲକ୍ଷଣ ମାଝୀଙ୍କ ସମେତ ଦୁଇ ଗାଁ ସାଥି ପଙ୍କଜିନି ନାଏକ, ଅନନ୍ତ ମାଝୀ ପ୍ରମୁଖ ବୈଠକରେ ଉପସ୍ଥିତ ରହିଥିବା ବେଳେ ଗ୍ରାମରଭଦ୍ରବ୍ୟକ୍ତି ଏବଂ ପୁରୁଷ ମହିଳା ଉପସ୍ଥିତ ରହି ବୈଠକ କରିଥିଲେ l ବୈଠକରେ ସମସ୍ତଙ୍କ ସମ୍ମୁଖରେ ଗ୍ରାମବାସୀ ଦୁଇ ଗାଁ ସାଥି ମନଇଚ୍ଛା ନିଜ ପରିବାର ର ଲୋକଙ୍କ ଜବକାର୍ଡ ନେଇ ଜବ ଡିମାଣ୍ଡ ମାରି ନିଜେ ନିଜେ ମାଳାମାଲ ହେଉଥିବା ସହ କାମରେ ବ୍ୟାପକ ଅନିୟମିତତା କରୁଥିବା ଭଳି ସଙ୍ଗିନୀ ଅଭିଯୋଗ ଆଣିଥିଲେ ଗ୍ରାମବାସୀ l ପରେ ଏପରି ମନରେଗା ରେ ଚାଲିଥିବା ଅନେକ କାମ ର ଦୁର୍ନୀତି କରିବା ନେଇ ଆଲୋଚନା କରିଥିଲେ ଏହାର ଉଚିତ୍ ତଦନ୍ତ କରାଯାଉ ବୋଲି ମତ ସାବ୍ୟସ୍ତ କରିବା ସହ ଏଥିରେ ଗାଁ ସାଥି ଦୁଇ ଜଣଙ୍କ ମନମୁଖୀ କାର୍ଯ୍ଯ କୁ ନେଇ ଯେଉଁ ଦିନ ପର୍ଯ୍ୟନ୍ତ ଗାଁ ସାଥିଙ୍କ ସମସ୍ୟା ର ସମାଧାନ ନ ହୋଇଛି ସେ ଦିନ ପର୍ଯ୍ୟନ୍ତ ଗ୍ରାମପଞ୍ଚାୟତର ସମସ୍ତ ଏମ.ଜି.ଏନ.ଆର.ଇ.ଜି.ଏ, ଏନ.ଆର.ଇ.ଜି.ଏ ଏବଂ ଏମ.ଏନ.ଆର.ଇ.ଜି.ଏ ଯୋଜନାର ସବୁ କାମ ବନ୍ଦ୍ ରଖିବାକୁ ଉପସ୍ଥିତ ବ୍ଲକ ପ୍ରଶାସନ ଙ୍କ ସମ୍ମୁଖରେ ଗ୍ରାମ ବାସୀ ନିଷ୍ପତି ନେଇଥିଲେ ଓ ପଡ଼ାପଦର ଗ୍ରାମ ଏହି ଦୁର୍ନୀତି କ୍ଷୀର ଗାଁ ସାଥି ଙ୍କୁ କାଢି ନୂତନ ଭାବେ ଗାଁ ସାଥି ଦିଆ ଯାଉ ବୋଳି ବ୍ଲକ ପ୍ରଶାସନଙ୍କ ଆଗରେ ଦାବି ରଖିଲେ l ଏବଂ କହିଥିଲେ କି ଗାଁ ସାଥିଙ୍କ ସମସ୍ୟା ବ୍ଲକ ପ୍ରଶାସନ ସମାଧାନ ନ କରେ ,ତେବେ ଆଗାମୀ ଦିନରେ ଗ୍ରାମ ବାସୀ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାର୍ ଙ୍କୁ ନିକରେ ମଧ୍ୟ ଅଭିଯୋଗ କରିବାକୁ ପଛେଇବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି l ଦେଖିବାକୁ ବାକି ରହିଲା ଖବର ପ୍ରକାଶ ପରେ ବ୍ଲକ ପ୍ରଶାସନ ସମସ୍ୟା ସମାଧାନ କରୁଛି ନା ଏମିତି ଦୁର୍ନୀତି କୁ ଚାପିବାକୁ ଚେଷ୍ଟା କରିବେ ତାହା ଆଗାମୀ ସମୟ କହିବ l

Ad 13