ଗୁରୁବାର ସଭାପତି ପାଇଁ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ ।
ବିଜେଡି ସଭାପତି ପାଇଁ ଆସନ୍ତାକାଲି ଅର୍ଥାତ୍ ଗୁରୁବାର ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ । ସାଧାରଣ ନିର୍ବାଚନ-୨୦୨୪ରେ ଶୋଚନୀୟ ପରାଜୟ ପରେ ପୁଣି ଦଳ ସଜାଡୁଛି ବିଜେଡି ।ଆସନ୍ତା ୧୯ ତାରିଖରେ ବିଧିବଦ୍ଧ ଭାବେ ଘୋଷଣା କରାଯିବ । ଦୁଇଦିନ ଭିତରେ ବିଜେଡି ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ଗଠନ ହେବ । ସଭାପତି ଘୋଷଣା ପରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ଛାମୁଆ ସଂଗଠନ ସଭାପତିଙ୍କ ନାଁ ଘୋଷଣା ହେବ । ଏପ୍ରିଲ ସୁଦ୍ଧା ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ଏପ୍ରିଲ ୧୩ ତାରିଖ ସୁଦ୍ଧା ଜିଲ୍ଲା ସଭାପତି ମାନେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।୨୦୧୯ରେ ବିଜେଡିର ସାଂଗଠନିକ ନିର୍ବାଚନ ଶେଷ ଥର ପାଇଁ ହୋଇଥିଲା । ୨୦୨୪ରେ ସାଧାରଣ ନିର୍ବାଚନ ଥିବାରୁ ସାଂଗଠନିକ ନିର୍ବାଚନ ହୋଇନଥିଲା । ସାଙ୍ଗଠନିକ ନିର୍ବାଚନ ପାଇଁ ଆଉ ଗୋଟିଏ ବର୍ଷ ସମୟ ମାଗିଥିଲା ବିଜେଡି ।