ଗୋଟିଏ ସିଫ୍ଟରେ ହେବ ନିଟ୍ ପିଜି ପରୀକ୍ଷା-ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି ।
ନିଟ୍ ପିଜି ୨୦୨୫ ପରୀକ୍ଷା ଗୋଟିଏ ସିଫ୍ଟରେ କରାଯିବ। ସାରା ଦେଶରେ ସ୍ଥିର ହୋଇଥିବା ବିଭିନ୍ନ କେନ୍ଦ୍ରରେ ଗୋଟିଏ ସିଫ୍ଟରେ ହିଁ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ଆଜି ଦୁଇଟି ସିଫ୍ଟରେ ପରୀକ୍ଷା ପରିଚାଳନାକୁ ଚ୍ୟାଲେଞ୍ଜ କରାଯାଇଥିବା ଆବେଦନର ଶୁଣାଣି କରି ଏପରି ବଡ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ପରୀକ୍ଷା ଜୁନ ୧୫ ରେ CBT ମୋଡରେ କରାଯିବ । ପୂର୍ବରୁ, ଦୁଇଟି ସିଫ୍ଟରେ ପରୀକ୍ଷା ପରିଚାଳନା ପାଇଁ ଏକ ସୂଚୀ ପ୍ରକାଶ କରାଯାଇଥିଲା ।
NEET PG ପରୀକ୍ଷାରେ ଯୋଗ ଦେଉଥିବା ପ୍ରାର୍ଥୀଙ୍କ ପାଇଁ ଜୁନ୍ ୨ ତାରିଖରେ ପରୀକ୍ଷା ସିଟି ସ୍ଲିପ୍ ପ୍ରକାଶିତ ହେବ । ସିଟି ସ୍ଲିପ୍ ସରକାରୀ ୱେବସାଇଟରେ ପ୍ରକାଶିତ ହେବ ନାହିଁ । ଜାତୀୟ ମେଡିକାଲ୍ ପରୀକ୍ଷା ବୋର୍ଡ ପ୍ରାର୍ଥୀଙ୍କ ପଞ୍ଜିକୃତ ଇମେଲ୍ ଆଇଡିକୁ ସିଟି ସ୍ଲିପ୍ ପଠାଇବ, ଯାହାକୁ ପ୍ରାର୍ଥୀମାନେ ଡାଉନଲୋଡ୍ କରିପାରିବେ ।ଏଥିସହିତ ପରୀକ୍ଷା ତାରିଖର ପ୍ରାୟ ଚାରି ଦିନ ପୂର୍ବରୁ ଆଡମିଟ୍ କାର୍ଡ ଜାରି କରାଯିବ। ପରୀକ୍ଷା ବୋର୍ଡର ସରକାରୀ ୱେବସାଇଟ୍ natboard.edu.in ରେ ଆଡମିଟ୍ କାର୍ଡ ଜାରି କରାଯିବ, ଯାହାକୁ ପ୍ରାର୍ଥୀମାନେ ଆବେଦନ ନମ୍ବର ଏବଂ ଜନ୍ମ ତାରିଖ ମାଧ୍ୟମରେ ଡାଉନଲୋଡ୍ କରିପାରିବେ। ଏଥିସହିତ ହଲ୍ ଟିକେଟ୍ ବିନା କାହାକୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବାକୁ ଦିଆଯିବ ନାହିଁ।