ଗ୍ରାହକଙ୍କୁ ଉତ୍ତମ ବ୍ୟବହାର ଦେଉନାହାନ୍ତି ବ୍ୟାଙ୍କ କର୍ମଚାରୀ l

ଥୁଆମୂଳ ରାମପୁର, ୨୩/୦୫-(ଦୁର୍ଗା କୀର୍ତ୍ତି):- ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ କୁ ପ୍ରତ୍ଯେକ ଭାରତୀୟ ମାନଙ୍କ ବ୍ୟାଙ୍କ ବୋଲି ମାନ୍ଯତା ରହିଛି ଏବଂ ଲୋକମାନେ ମଧ୍ୟ ଉକ୍ତ ବ୍ୟାଙ୍କ୍ କୁ ବହୁତ ପସନ୍ଦ କରୁଛନ୍ତି l କିନ୍ତୁ ଏବେ ଦିନକୁ ଦିନ ଏହି ବ୍ୟାଙ୍କ୍ ର କିରାଣୀ ଠାରୁ ଆରମ୍ଭ କରି ସିକ୍ୟୁରୁଟି ଙ୍କ ଆକ୍ରୋଶର ଶିକାର ହେବାକୁ ପଡୁଛି ଅନେକ ଗ୍ରାହକଙ୍କୁ l ତାଛଡା ଗ୍ରାହକ ମାନଙ୍କୁ ଉତ୍ତମ ବ୍ୟବହାର ଦେବାରେ କୁଣ୍ଠାବୋଧ କରୁଛନ୍ତି ବ୍ୟାଙ୍କ କର୍ମଚାରୀ, ଖାତାଧାରୀ ନିଜ ଖାତାର ଲେଣ ଦେଣର ବିବରଣୀ ଉପରେ ଯାହା ପଚାରିଲେ ରାଗି ଯାଉଛନ୍ତି ବ୍ୟାଙ୍କ୍ କର୍ମଚାରୀ l ବେଳେ ବେଳେ ବ୍ୟାଙ୍କ୍ ର ସିକୁରୁଟି ର ଆକ୍ରୋଶ ର ଶିକାର ମଧ୍ୟ ହେବାକୁ ପଡେ ଏଠିକାର ଗ୍ରାହକଙ୍କୁ ବ୍ୟାଙ୍କ୍ କୁ ନିଜ କାମ ନେଇ ଗଲେ ବିଭିନ୍ନ ପ୍ରକାର କଥା କହି ତଡ଼ି ଦିଉଛନ୍ତି ସିକ୍ୟୁରୁଟି ବାବୁ l ଏଭଳି ଏକ ଖବର ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ମୁଖ୍ୟାଳୟ ସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ରୁ l ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ବ୍ୟାଙ୍କର ଜଣେ ଗ୍ରାହକ ନିଜ ଜମା ଖାତାର ଲେଣ ଦେଣ ବିବରଣୀ (ଷ୍ଟେଟମେଣ୍ଟ) ଏବଂ ଖାତାରୁ ଟଙ୍କା କଟିଥିବା କାରଣ ସହ ତାଙ୍କ ଏକ ସରକାରୀ ବୀମାର ଆବେଦନ କରି ପାଖାପାଖି ୧୫ ରୁ ୨୦ ଦିନ ବିତିଯାଇଛି ସେଥିପାଇଁ ସେ ଯାଇ କାହିଁକି ଆପଣ ବୀମା କରୁନାହାନ୍ତି ବୋଲି କାଉଣ୍ଟର ରେ ବସିଥିବା କର୍ମଚାରୀଙ୍କୁ ପଚାରିବାରୁ ଗ୍ରାହକଙ୍କୁ ଏଆଡୁ ସେଆଡୁ ଓଲଟା ପାଲଟା ପ୍ରଶ୍ନ ପଚାରି ସିଧା ଗ୍ରାହକଙ୍କ ଉପରେ ରାଗିଯାଇ ନାଲି ଆଖି ଦେଖାଇବା ସହ ନିଜଦୋଷ ଗ୍ରାହକଙ୍କ ଉପରେ ଢାଳିବା ଭଳି କଥା କଟା କଟି ସ୍ଥିତ ଦେଖାଦେଇଥିବା ବେଳେ ଶେଷରେ ଗ୍ରାହକଙ୍କୁ ଦୁର୍ବ୍ୟବହାର କରିଛନ୍ତି ବ୍ୟାଙ୍କ୍ କର୍ମଚାରୀ l ଗ୍ରାହକ ପଚାରିଲେ କହୁଛନ୍ତି କି ଆମ ଇଚ୍ଛା ହେଲେ ଦେଖିବୁ ନହେଲେ ନାହିଁ ତମର କିଛି ଅଧିକାର ନାହିଁ, ଆମକୁ କିଛି କହିବ ନାହିଁ କିମ୍ବା ତମେ ଆମ ବ୍ୟାଙ୍କ୍ କୁ ଆସୁଛ କାହିଁକି ଆମେ କଣ ତମକୁ ଡାକିଲୁ କି ତମର ଟଙ୍କା କାହିଁକି କଟିଲା ତାହା ଆମେ କେମିତି ଜାଣିବୁ ବୋଲି କହିବା ସହ ଜୋର୍ ପାଟି ରେ ଗ୍ରାହକଙ୍କୁ ଥାର୍ଡ ଡିଗ୍ରୀ ଦେଲା ଭଳି ଶବ୍ଦ ବ୍ୟବହାର କରିଥିଲେ କିରାଣୀ l ପରେ ଏହି ଘଟଣାକୁ ନେଇ ବ୍ୟାଙ୍କ ମ୍ୟାନେଜର ଜୟ କୃଷ୍ଣ ମେହେରଙ୍କୁ ଅବଗତ କଲାପରେ ସଙ୍ଗେ ସଙ୍ଗେ ବ୍ୟାଙ୍କ୍ ସେଷ୍ଟମେଣ୍ଟ କାଡିଦେଇ ଆସନ୍ତା ସପ୍ତାହ ମଧ୍ୟରେ ଆପଣଙ୍କ ବୀମା ନିଶ୍ଚିତ ଭାବରେ ଆମେ କରି ଦେଉଛୁ ବୋଲି କହିଥିଲେ l ଲୋକଙ୍କ କହିବା କଥା ଜିଲ୍ଲା ର ଅନ୍ୟ ବ୍ଲକ୍ ର ବ୍ୟାଙ୍କ ଭଳି ଆମ ବ୍ଲକ୍ ନାହିଁ ସେଠାରେ ଗ୍ରାହକଙ୍କ ସୁବିଧା ପାଇଁ ଅନେକ କିଛି ବ୍ୟବସ୍ଥା ଥାଏ ମାତ୍ର ଏହି ବ୍ଯାଙ୍କରେ ସେଭଳି କୌଣସି ବ୍ଯବସ୍ଥା ନାହିଁ, ଏପରିସ୍ଥଳେ ଗ୍ରାହକଙ୍କୁ ପାଇଁ ଏହି ଭୀଷଣ ଖରା ସମୟରେ ପାଣି ଟୋପାଏ ପାଇବା ଭଳି କୌଣସି ବ୍ଯବସ୍ଥା କରାଯାଇନାହିଁ। ଏଦିଗରେ ଷ୍ଟେଟ୍ ବ୍ୟାଙ୍କର ଉଚ୍ଚ କର୍ତ୍ତୃପକ୍ଷ ଏହିଭଳି ସମ୍ବେଦନଶୀଳ ଘଟଣାର ନିରପେକ୍ଷତା ର ସହ ତଦନ୍ତ କରି ଗ୍ରାହକ ମାନଙ୍କୁ କି ଭଳି ଭାବରେ ଉତ୍ତମ ସେବା ଯୋଗାଇ ଦିଆଯାଇପାରିବ ସେ ଦିଗରେ ପଦକ୍ଷେପ ନେବା ନିହାତି ଭାବରେ ଆବଶ୍ୟକ ରହିଛି l ବ୍ୟାଙ୍କ୍ କର୍ମଚାରୀ ଗରିବ ନିରୀହ ଲୋକଙ୍କ ଉପରେ ଆଗାମୀ ଦିନରେ ଯେଭଳି ଆଉ ଅତ୍ୟାଚାର କରନ୍ତୁ ନାହିଁ ବୋଲି ଦାବୀ କରିବା ସହ ଏଭଳି ଗ୍ରାହକଙ୍କ ସହ ଭଲ ସମ୍ପର୍କ ରଖି ପାରୁନ ଥିବା କର୍ମଚାରୀଙ୍କ ବିରୋଧରେ ବ୍ୟାଙ୍କ୍ ଉଚ୍ଚ କର୍ତ୍ତୃପକ୍ଷ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବୀ ହେଉଛି l

Ad 13