ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ତାଗିଦ୍ କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ତାଗିଦ୍ କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ଯେ, ତାଗିଦ୍ ସତ୍ତ୍ୱେ କିଛି ସ୍ଥାନରେ ଖୋଲା ରହୁଛି ସ୍କୁଲ । ଏ ନେଇ ଗଣଶିକ୍ଷା ବିଭାଗ ଅନୁଧ୍ୟାନ କରୁଛି ।ସୋମବାର ପାରଦର୍ଶି ପୋର୍ଟାଲରେ ତ୍ରୁଟି ଥିବା ନେଇ ଅଭିଭାବକ ଓ କିଛି କୁନି କୁନି ପିଲା ଓସେପା ଅଫିସରେ ଧାରଣାରେ ବସିଥିଲେ । ତାହା ଦୃଷ୍ଟିଗୋଚର ହୋଇଛି । ଯଦି କିଛି ତ୍ରୁଟି ଅଛି ଅନୁଧ୍ୟାନ କରାଯିବ । ବିଇଓ ମାନଙ୍କୁ ମଧ୍ୟ ଏନେଇ ଜଣାଇବୁ । ଯଦି କେହି ବ୍ୟତିକ୍ରମ କରିଛନ୍ତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ତେବେ ପରବର୍ତ୍ତୀ ସମୟରେ ହିଟ୍ ୱେଭକୁ ଲକ୍ଷ୍ୟ କରି ସ୍କୁଲ କେବେ ଖୋଲିବ ସେନେଇ ଶିକ୍ଷା ବିଭାଗ ନିଷ୍ପତ୍ତି ନେବ । ସମୟ ଆଗରୁ ସ୍କୁଲ ବନ୍ଦ ହୋଇଥିବା କାରଣରୁ ଆଗକୁ ଅନଲାଇନ କ୍ଲାସ କରାଯିବା ନେଇ ନିଷ୍ପତ୍ତି ନିଆଯାଇପାରେ ବୋଲି ମନ୍ତ୍ରୀ କହିଛନ୍ତି ।