ଜାଣନ୍ତୁ ଅସ୍ତ୍ରବିରତି କଣ ?

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା କରାଯାଇଛି। ଏହାକୁ ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ। ଟ୍ରମ୍ପଙ୍କ ବୟାନ ପରେ, ସଂଧ୍ୟା ୬ଟାରେ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ପ୍ରେସ ବ୍ରିଫିଂ କରିଛନ୍ତି। ତେବେ ଅସ୍ତ୍ରବିରତି କଣ ? ପ୍ରକୃତରେ ଏହା ଏକ ଏପରି ଶଦ୍ଦ ଯେଉଁଥିରେ ଶାନ୍ତି ନିହିତ ଥାଏ । ଏହାର ଅର୍ଥ ଯୁଦ୍ଧ ବା ସଙ୍ଘର୍ଷର ସମାପ୍ତ ଘଟିବାକୁ ଅସ୍ତ୍ରବିରତି କୁହାଯାଇଥାଏ । ଯାହା ଏକ ପ୍ରକାରର ପରସ୍ପର ମଧ୍ୟରେ ବୁଝାମଣା । ଅସ୍ତ୍ରବିରତି ଏକ ଚୁକ୍ତିନାମା ଯାହା ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ସମସ୍ତ ସାମରିକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ବା ସମାପ୍ତ କରିବା ।ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତିର ଇତିହାସ ୧୯୪୯ ମସିହାରୁ ଆରମ୍ଭ ହୋଇଥିଲା, ଯେତେବେଳେ କଶ୍ମୀର ଯୁଦ୍ଧ ପରେ, ଜାତିସଂଘର ହସ୍ତକ୍ଷେପରେ, ଉଭୟ ଦେଶ ଏକ ଚୁକ୍ତିନାମା ଅନୁଯାୟୀ ଗୁଳି ବିନିମୟ ବନ୍ଦ କରିବାକୁ ରାଜି ହୋଇଥିଲେ। ଏହି ଚୁକ୍ତିନାମାରେ ଏକ ଅସ୍ତ୍ରବିରତି ରେଖା ସୃଷ୍ଟି ହୋଇଥିଲା, ଯାହାକୁ ଆଜି ନିୟନ୍ତ୍ରଣ ରେଖା (LoC) କୁହାଯାଏ।ଯୁଦ୍ଧବିରତି ପାଇଁ କୌଣସି ସ୍ଥିର ସୂତ୍ର ନାହିଁ, କିନ୍ତୁ କିଛି ସାଧାରଣ ପ୍ରୋଟୋକଲ ଅଛି। ଉଭୟ ଦେଶର ସେନା ପରି ଆଗ ମୋର୍ଚ୍ଚାରେ ଆକ୍ରମଣାତ୍ମକ କାର୍ଯ୍ୟକଳାପ ବନ୍ଦ କରନ୍ତୁ। ସାଧାରଣ ନାଗରିକଙ୍କ ଲକ୍ଷ୍ୟସ୍ଥଳ (ଯେପରିକି ହସ୍ପିଟାଲ, ସ୍କୁଲ, ଇତ୍ୟାଦି) ଟାର୍ଗେଟ କରାଯାଇ ନାହିଁ। ଭୁଲ ସୂଚନା ଏବଂ ପ୍ରଚାର ବନ୍ଦ କରିବା ଉପରେ ସହମତି ରହିଛି, ଗୁଜବ ଯେପରି ନ ବ୍ୟାପିବ ସେଥିପାଇଁ ସୋସିଆଲ ମିଡିଆରେ ନଜର ବୃଦ୍ଧି କରାଯାଇଛି। ତଦାରଖ ଦାୟିତ୍ୱ କୌଣସି ତୃତୀୟ ଦେଶ କିମ୍ବା ସଂଗଠନ (ଯେପରିକି ଜାତିସଂଘ କିମ୍ବା ଆମେରିକା)କୁ ଦିଆଯାଇପାରେ।

Ad 13