ଜୟପାଟଣା ବ୍ଳକ ଅଞ୍ଚଳରେ ଖୋଲାମ୍ ଖୋଲା ବିଦେଶୀ ମଦ ବେପାରୀ ଙ୍କୁ ଜବତ କଳା
ଜୟପାଟଣା ବ୍ଳକ ଅଞ୍ଚଳରେ ଖୋଲାମ୍ ଖୋଲା ବିଦେଶୀ ମଦ ବେପାରୀ ଙ୍କୁ ଜବତ କଳା ପୋଲିସ ।କଳାହାଣ୍ଡି SP ଙ୍କ ନିର୍ଦ୍ଦେଶ କ୍ରମେ ଜୟପାଟଣା ପୋଲିସ ଓ ଜିଲ୍ଲା ପୋଲିସ ସ୍କୁଆଡ଼ ଜୟପାଟଣା ଥାନା ଅନ୍ତର୍ଗତ ଏକଟାଗୁଡ଼ା ଗ୍ରାମର ଏକ ବିଦେଶୀ ମଦ କୋଚିଆଙ୍କ ଘରୁ ବିଦେଶୀ ମଦ ଜବତ କରିବା ସହ ମଦ ବିକ୍ରି କରୁଥିବା ଉମାକାନ୍ତ ସାହୁ କୁ ଗିରଫ କରିବା କୁ ଚେଷ୍ଟା ଜାରି ରହିଥିଲା ହେଲେ ଉମାକାନ୍ତ ସାହୁ ଚମ୍ପଟ୍ ମାରି ଫେରାର ହେଇଥିବାର ଜଣାପଡିଛି। ଉମାକାନ୍ତ ସାହୁ କୁ ଧରିବାରେ ବିଫଳ ହେଇଥିଲା ଜୟପାଟଣା ପୋଲିସ ସହ ଜିଲ୍ଲା ସ୍କ୍ୱାର୍ଡ ପୋଲିସ୍।ଏହା ସହ ବଡ଼ କର୍ଲାକୋଟ ଗ୍ରାମରୁ ଜଣେ ବ୍ୟବସାୟୀଙ୍କ ଘରୁ ମଧ୍ୟ ବିଦେଶୀ ମଦ ଜବତ କରାଯାଇଥିବା ବେଳେ ଏକଟାଗୁଡା ଗାଁ ର ବେଆଇନ ଦେଶୀମଦ କୋଟିରେ ମଧ୍ୟ ରେଡ କରି ମାଲିକ ସଦାନନ୍ଦ ମାଝୀ ଙ୍କୁ ମଧ୍ୟ ଥାନାକୁ ଅଣାଯାଇଥିବା ଜଣାପଡିଛି।

ଖୋଲମ୍ ଖୋଲା ବେଆଇନ୍ ମଦ ବିକ୍ରି କରୁଥିବା ରୁ ପୋଲିସ ବିପୁଳ ପରିମାଣ ରେ ମଦ ଜବତ କରିଛି ହେଲେ ମଦର ପରିମାଣ କେତେ ଜୟପାଟଣା ପୋଲିସ କିଛି ସୂଚନା ପ୍ରକାଶ କରୁନଥିବାର ଜଣାପଡିଛି।ଜୟପାଟଣା ପୋଲିସ ଏହି ଅଞ୍ଚଳ ର ସଚେତନତା କୁ ଆଣିବା ପାଇଁ କେତେ ତତ୍ପରତା ତାହା ଦେଖିବାକୁ ବାକି ରହିଲା