ଝିଅ ଜନ୍ମ ହେଲେ ମା’କୁ ମିଳିବ ୧୨ ହଜାର, ପୁଅ ଜନ୍ମ ହେଲେ ମିଳିବ ୧୦ ହଜାର ଟଙ୍କା ।

ଓଡ଼ିଶା ରାଜ୍ୟ ମନ୍ତ୍ରୀମଣ୍ଡଳୀ ରାଜ୍ୟର ‘ମମତା’ ଯୋଜନାକୁ କେନ୍ଦ୍ର ସରକାରଙ୍କ ‘ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା (PMMVY)’ ସହିତ ସମନ୍ୱିତ ଭାବେ ‘ମମତା-PMMVY’ ନାମରେ କୋ-ବ୍ରାଣ୍ଡିଂ ମାଧ୍ୟମରେ କାର୍ଯ୍ୟକାରୀ କରିବାକୁ ଅନୁମୋଦନ ପ୍ରଦାନ କରିଛି।ଝିଅ ଜନ୍ମ ହେଲେ ମା’କୁ ମିଳିବ ୧୨ ହଜାର, ପୁଅ ଜନ୍ମ ହେଲେ ମିଳିବ ୧୦ ହଜାର ଟଙ୍କା ।ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ବୃଦ୍ଧିପ୍ରାପ୍ତ ପ୍ରୋତ୍ସାହନ: ପୂର୍ବରୁ ଅଙ୍ଗନବାଡ଼ି କର୍ମୀ (AWW) ଏବଂ ଅଙ୍ଗନବାଡ଼ି ସହାୟିକା (AWH) ମାନେ ପ୍ରୋତ୍ସାହନ ରାଶି ଭାବେ ଯଥାକ୍ରମେ ୨୦୦ ଟଙ୍କା ଏବଂ ୧୦୦ ଟଙ୍କା ପାଉଥିଲେ। ‘ମମତା-PMMVY’ ଅଧୀନରେ ଏବେ ଏହା ବୃଦ୍ଧି କରି AWW ପାଇଁ ୨୫୦ ଟଙ୍କା ଏବଂ AWH ପାଇଁ ୧୫୦ ଟଙ୍କା କରାଯାଇଛି।

Ad 13