ଡୁମେରପଦର ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ୨୦୨୫ ଅନୁଷ୍ଠିତ I

ପାରିଶ୍ରମୀକ, ଶୃଙ୍ଖଳିତ, ସାହସୀ, ସମ୍ମନାୟୁବର୍ତ୍ତି ହୋଇ ଇସ୍ପାତ ଭଳି ନିଜକୁ ସଜାଡିବାକୁ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ ଦେଲେ ଅତିଥି I

ଥୁଆମୂଳ ରାମପୁର,୨୪/୧-(ଦୁର୍ଗା କୀର୍ତ୍ତି):-କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଡୁମେରପଦର ର ୧୯୫୩ ମସିହାରେ ସ୍ଥାପିତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଓଡ଼ିଶା ସରକାରୀ ଦ୍ଵାରା ପରିଚାଳିତ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ବାର୍ଷିକ ଉତ୍ସବ ୨୦୨୫ ବେଶ୍ ଧୁମ୍ ଧାମରେ ପାଳିତ ହୋଇଯାଇଛି।

ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉତ୍ସବରେ ଥୁଆମୂଳ ରାମପୁର ଗୋଷ୍ଟି ଉନ୍ନୟନ ଅଧିକାରୀ ଧ୍ରୁବ ଚରଣ ମୁଦୁଲି ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଏମଏମପିଏସ ମହାବିଦ୍ୟାଳୟ ଅଧକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା ଏବଂ ସମ୍ମାନିତ ଅତିଥି ଭାବରେ ଗୋପାଳପୁର (ଡ଼ାକକୋଟା) ବାଳକ ଉଛ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭରତ ନାଏକ, ସ୍ଥାନୀୟ ସିଆର୍ସିସି ଯଦୁମଣି ନାଏକ, ସ୍କୁଲ ପରିଚାଳନା କମିଟି ସଭାପତି ପ୍ରଧନୀ ନାଏକ, ମାଁ ମାଣିକେଶ୍ବରୀ ଯୁକ୍ତ ୩ ମହାବିଦ୍ୟାଳୟ ଅଧକ୍ଷ ସମୀର ରଞ୍ଜନ ସାହୁ, କାଠକୁରା ସେବାଶ୍ରମ ପ୍ରଧାନ ଶିକ୍ଷକ ଡମ୍ବରୁଧର ଗଡତିଆ, ଗୋପାଳପୁର ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ମିନାକ୍ଷୀ ସାମଲ, ବଲାଙ୍ଗୀର ପଡ଼ା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଚୈତନ୍ୟ ନାଏକ, ସ୍ଥାନୀୟ ସରପଞ୍ଚ ରାଇମତି ମାଝୀଙ୍କ ସମେତ ସ୍ଥାନୀୟ ୱାର୍ଡ ସଭ୍ୟ/ଅଙ୍ଗନୱାଡ଼ି/ଆଶା କର୍ମୀ ପ୍ରମୁଖ ସମ୍ମାନିତ ଅତିଥ୍‌ ଭାବେ ମଞ୍ଚାସୀନ ଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ବିଦ୍ୟାଳୟ ବିବରଣୀ ପଠନ କରିଥିଲେ।

ପରେ ଛାତ୍ରୀଛାତ୍ରଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏଥିରେ ଶିକ୍ଷକ ସୁଜିତ୍ କୁମାର ପ୍ରଧାନ, ଡୋଳାମଣୀ ମାଝୀ ଓ ଶକ୍ତି ପ୍ରସାଦ ରଥ ପ୍ରମୁଖ ଅତିଥି ସ୍ବାଗତ କରିଥିବା ବେଳେ ଗୋପୀନାଥ ମାଝୀ, କେନ୍ଦ୍ରମଣି ମାଝୀ, ସତ୍ୟପ୍ରକାଶ ଗଡତିଆ, ଭୀମସେନ ମେହେର, କୁମୁଦିନୀ ମାଝୀ, ମିନା କୁମାରୀ ନାଏକ ଏମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଓ ଦିବ୍ୟ ପ୍ରସାଦ ବଚ୍ଛା, ବ୍ରଜରାଜ ବିଶି ପୁରସ୍କାର ବିତରଣରେ ସହଯୋଗ କରିଥିଲେ l କାର୍ଯ୍ୟକ୍ରମରେ କିଶୋର ଚନ୍ଦ୍ର ସାହୁ ମଞ୍ଚାପରିଚଳନା କରିଥିବା ବେଳେ କୃଷ୍ଣ ଚନ୍ଦ୍ର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ I

Ad 13