ତୁଳସୀ ପତ୍ର ତୋଳୁଛନ୍ତି କି? ତେବେ ସାବଧାନ !

ହିନ୍ଦୁ ପରମ୍ପରାରେ ଏକ ପବିତ୍ର ବିଶ୍ବାସ ରହିଛି ଯେ ତୁଳସୀ ଗଛ ଏକ ଏପରି ତୀର୍ଥସ୍ଥାନ ଯେଉଁଠାରେ କୌଣସି ରୋଗ, ଜମ ଦୂତ, ମୃତ୍ୟୁର ଦେବତା ଏଠାରେ ପ୍ରବେଶ କରିପାରେନାହିଁ । ତୁଳସୀ ଦେବୀ ଅଟନ୍ତି । ତୁଳସୀ ପତ୍ରର ଧାର୍ମିକ ତଥା ଆୟୁର୍ବେଦିକ ଗୁରୁତ୍ୱ ରହିଛି। ତୁଳସୀ ଅନେକ ପ୍ରକାରର ଔଷଧରେ ବ୍ୟବହାର କରାଯାଏ। ତୁଳସୀ ପତ୍ର ତୋଳିବା ବେଳେ ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ। ଘରର ଦାଣ୍ଡରେ ଚଉଁରାରେ ତୁଳସୀ ଗଛ ଲଗାଯାଇ ପୂଜା କରାଯାଏ। ତୁଳସୀଙ୍କୁ ବିଶେଷ ଭାବରେ ପୂଜା କରାଯାଉଥିବାରୁ ଏହାର ପତ୍ରକୁ ତୋଳିବା ବେଳେ କିଛି ନିୟମ ମାନିବା ଜରୁରୀ। ହିନ୍ଦୁ ଧର୍ମରେ କୁହାଯାଏ ଯେ ତୁଳସୀ ଦିନରେ ତୋଳାଯାଏ, ରାତିରେ ନୁହେଁ ।ଅନ୍ୟ କୌଣସି ପତ୍ର ତୋଳିବା ଅପେକ୍ଷା ତୁଳସୀ ପତ୍ର ତୋଳିବା ହିନ୍ଦୁ ଧର୍ମରେ ବହୁତ ମହତ୍ବପୂର୍ଣ୍ଣ ଅଟେ । ଏହା ଆମର ଇଚ୍ଛା ଅନୁସାରେ ଉପଯୋଗ କରାଯାଏନାହିଁ । ହିନ୍ଦୁ ଶାସ୍ତ୍ର ଅନୁସାରେ ଏହି ପବିତ୍ର ତୁଳସୀ ପତ୍ରକୁ ଭୁଲ ସମୟରେ ତୋଳିବା, କୌଣସି ଖରାପ କାମ ପଇଁ ଏହାକୁ ତୋଳିବା ଦ୍ବାରା ଖରାପ ପ୍ରଭାବ ପଡିଥାଏ ।

ତୁଳସୀ ପତ୍ର ତୋଳିବା ପୂର୍ବରୁ ନିଶ୍ଚିତ ଭାବରେ ମନ୍ତ୍ର ଜପ କରନ୍ତୁ। ତୁଳସୀଙ୍କୁ ପାଣି ଦେବା ବେଳେ ଏହି ମନ୍ତ୍ରକୁ ୨୧ଥର ଜପ କରିବାକୁ ଭୁଲନ୍ତୁ ନାହିଁ। ‘ଓମ୍‍-ଓମ୍‍’ ମନ୍ତ୍ର ଅତ୍ୟନ୍ତ ଲାଭଦାୟକ ।କୌଣସି ଏକାଦଶୀ, ରାତି ସମୟରେ, ରବିବାର, ଚନ୍ଦ୍ର ଏବଂ ସୂର୍ଯ୍ୟଗ୍ରହଣ ସମୟରେ ତୁଳସୀ ପତ୍ରକୁ ତୋଳିବା ମନା । ତୁଳସୀ ପତ୍ର ତୋଳିବା ପୂର୍ବରୁ ଅନୁମତୀ ନିଅନ୍ତୁ ।ଯଦି ଆପଣଙ୍କ ଘରେ ତୁଳସୀ ଗଛ ଅଛି ତେବେ ସନ୍ଧ୍ୟା ସମୟରେ ସଞ୍ଜବତୀ ଦିଅନ୍ତୁ ।ତୁଳସୀ ପତ୍ରକୁ ଚୋବାଇବା ଅନୁଚିତ୍, ପତ୍ରରେ ଥିବା ଏସିଡ୍ ଦାନ୍ତ ପାଇଁ ଅସ୍ବାସ୍ଥ୍ୟକର ଅଟେ। ଏହାକୁ ପାଣି ଏବଂ ଚା ସହ ମିଶାଇ ପିଅନ୍ତୁ।ତୁଳସୀ ପତ୍ରକୁ ତୋଳିବା ଦ୍ବାରା ପାପ ହୋଇଥାଏ ବୋଲି ଧରାଯାଇଥାଏ । କେବଳ ଧାର୍ମିକ କାମ ଏବଂ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ତୁଳସୀ ପତ୍ରକୁ ତୋଳନ୍ତୁ ।