ଦିବ୍ଯାଙ୍ଗ ଭାଇ ଭଉଣୀ ମାନଙ୍କ ପାଇଁ ମାଗଣା ସହାୟତା ସାମଗ୍ରୀ ବଣ୍ଟନର ଚିହ୍ନଟ କରଣ ଶିବିର
ଥୁଆମୂଳ ରାମପୁର, ୦୫/୦୬-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ସମ୍ମିଳନୀ କକ୍ଷରେ ଗୁରୁବାର ଦିବ୍ଯାଙ୍ଗ ଭାଇ ଭଉଣୀ ମାନଙ୍କ ପାଇଁ ଏଡିଆଇପି ଏବଂ ଆରଭିୱାଇ ଯୋଜନା ମାଧ୍ୟମରେ ମାଗଣା ସହାୟତା ଉପକରଣ ଯୋଗାଇ ଦେବା ପାଇଁ ଚିହ୍ନଟ କରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିର ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ସୁନାରାମ ସୋରେନ୍ ଙ୍କ ତ୍ୱତବଧାନରେ ଆୟୋଜନ ହୋଇଥିବା ବେଳେ ଜିଲ୍ଲା କୃତ୍ରିମ ଅଙ୍ଗ ନିର୍ମାଣ ନିଗମ ର ଅର୍ଥୋପେଡିକ୍ସ ବିଶେଷଜ୍ଞ ଜିତେନ୍ଦ୍ର ସାହୁ, ସାଂସଦ ବ୍ଲକ ପ୍ରତିନିଧି ପବିତ୍ର ନାଏକ ପ୍ରମୁଖଙ୍କ ଉପସ୍ଥିତ ରହିଥିଲେ। ଏଥିରେ ୯୦ ଜଣ ଦିବ୍ଯାଙ୍ଗ ଭାଇ ଭଉଣୀ ମାନଙ୍କର ଚିହ୍ନଟ କରଣ କରାଯାଇ ସେ ଦିବ୍ଯାଙ୍ଗ ହିତାଧିକାରୀଙ୍କର ସମସ୍ତ କାଗଜପତ୍ରକୁ ଉପସ୍ଥିତ ଅଧିକାରୀ ଯାଞ୍ଚ କରିଥିଲେ।

ତେବେ ଯୋଗ୍ଯ ହିତାଧିକାରୀଙ୍କୁ ଆଗାମୀ ଦିନରେ ମାଙ୍ଗଣାରେ ଏଡିଆଇପି ଏବଂ ଆରଭିୱାଇ ଯୋଜନାରେ ଦିବ୍ୟାଙ୍ଗ ଙ୍କ ପାଇଁ ଚକବାଲା ଚଉକି, ତ୍ରିଚକ୍ରୀ ସାଇକେଲ, ଲଙ୍ଗା, ଚାଲିବା ଡ଼ାଣ୍ଡି, ଲୋକବନ୍ଧୁ ୱାଲକର, ସିପି ଚଉକି, ବିଇଡି ଶୌଚାଳୟ ଆସନ, ବ୍ୟାଟେରୀ ଶ୍ରବଣ ସହାୟକ, ବ୍ରେଲ୍ କିଟ୍, ସିଲିକନ କୁଶନ ଭଳି ଅନେକ ସହାୟତା ଉପକରଣ କଣ୍ଟନ କରାଯିବା ବ୍ଯବସ୍ଥା ରହିଥିବା ଜଣାପଡିଛି।