ଦୀର୍ଘ ପର୍ବ ପରେ ଜିଲ୍ଲା ପ୍ରଶାସନର ତତ୍ପରତା : ବାଫ୍ଲା ମାଳି ଖଣିପ୍ରଭାବି ଅଞ୍ଚଳ ବାସୀ ଏବଂ ଉତ୍କଳ ଆଲୁମିନା କମ୍ପାନୀ ଓ ଜିଲ୍ଲା ପ୍ରଶାସନଙ୍କ ଗୁରୁତ୍ୱ ପୁର୍ଣ୍ଣ ବୈଠକ (ଜନଶୁଣାଣୀ)

ଥୁଆମୂଳ ରାମପୁର,୨୧/୦୫-(ଦୁର୍ଗା କୀର୍ତ୍ତି):- ଥୁଆମୁଳ ରାମପୁର ବ୍ଲକ୍ ଓ କାଶିପୁର ବ୍ଲକ୍ ସୀମାନ୍ତରେ ଥିବା ବଫଲା ମାଳି ଖଣି ଖନନ ପାଇଁ ସରକାରଙ୍କ ତରଫରୁ ଉତ୍କଳ ଆଲୁମିନା କମ୍ପାନୀକୁ ଅନୁମତି ମୀଳିବା ପରେ କମ୍ପାନୀ ପକ୍ଷରୁ ୨୦୦୭ ମସିହାରେ ଯେଉଁ ସବୁ ଫେରି ଫେରି ଡେଭଲପମେଣ୍ଟ କରିବି ବୋଲି ପ୍ରତିଶ୍ରୁତି ଦେଇ ଘୋଷଣା କରିଥିଲେ ଯେ ଖଣିପ୍ରଭାବି ଅଞ୍ଚଳର ବିକାଶ କ୍ଷେତ୍ରରେ ଉନ୍ନତି ହେବ ବୋଲି ଜାଣିବା ପରେ ଖଣିପ୍ରଭାବି ଅଞ୍ଚଳ ଯଥା ମାଳିଗାଁ, ଗୋପିନାଥପୁର, ଅଡ୍ରି ଗ୍ରାମପଞ୍ଚାୟତ ଅଧିନରେ ଥିବା ସମସ୍ତ ଅଧିବାସୀ ଅଞ୍ଚଳର ବିକାଶ କ୍ଷେତ୍ରରେ କମ୍ପାନୀ ଅଧିକ ପ୍ରାଧାନ୍ୟ ଦେବ ଏଆଶା ନେଇ ଲୋକେ ଚାହିଁବସିଥିବା ବେଳେ ଆଜିକୁ ଦୀର୍ଘ ବର୍ଷ ବିତିଗଲା ହେଲେ ଆଖି ଦୂର୍ଶିଆ କିଛି ଭଲ, ବଡ଼ କାମ ହେଲା ନାହିଁ କିମ୍ବା ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ମଧ୍ୟ ଦେଲା ନାହିଁ , ଏହାକୁ ନେଇ ଖଣିପ୍ରଭାବି ଅଞ୍ଚଳର ଲୋକେ ପ୍ରତିବାଦ କଲେ କମ୍ପାନୀ ନାଲି ଆଖି ଦେଖେ ପୋଲିସ ଦ୍ବାରା ଦମନ ଲିଲା ଚଲାଇ କେତେକ ଯୁବକଙ୍କୁ ଜେଲ ମଧ୍ୟ ପଠାଇଥିବା ବେଳେ ବିଭିନ୍ନ ସମୟରେ ଲୋକଙ୍କୁ ନାନାପ୍ରକାରର ଅସୁବିଧା କରୁଥିବା ଯୋଗୁଁ ସ୍ଥାନୀୟ ବାସିନ୍ଦା ଜିଲ୍ଲା ପ୍ରଶାସନ ପାଖରେ ଗୁହାରି ଜଣାଇ ଆସୁଥିଲେ ଏହାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ସଭାଗୃହା ଠାରେ ବୁଧବାର ଖଣିପ୍ରଭାବିତ ଅଞ୍ଚଳ ବାସିନ୍ଦା ଓ ଜିଲ୍ଲା ପ୍ରଶାସନ, କମ୍ପାନୀ କତୃପକ୍ଷଙ୍କ ମଧ୍ୟରେ ଏକ ଗୁରୁତ୍ୱ ପୁର୍ଣ୍ଣ ବୈଠକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୃବଚରଣ ମୁଦୁଲିଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳବିଶ୍ୱଜିତ୍ ଦାସ, ସିଡିଓ କମ୍ ଇଓ, ପିଏଆଇଟିଡିଏ ପ୍ରଦୁମ୍ନ୍ୟା କୁମାର ଦାସ, ଅତିରିକ୍ତ ତହସିଲଦାର, ତହସିଲଦାର ନିରୋଜ କୁମାର ଭତ୍ରା, ଏପିଡି ଆରଏଚ, କମ୍ପାନୀ ସିଏସାର ସୁଶାନ୍ତ ଧଳ, ସିଏସଆର ହେଡ୍ ମୋନାଜ୍ ଦାସ,ଉପ ଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା, ସିଡ଼ିଓ ଦୟାମୟ ପାଢ଼ୀ, ବିନୋଦ ପୁଝାରୀଙ୍କ ସମେତ ସାଂସଦ ପ୍ରତିନିଧି ପବିତ୍ର ନାଏକ, ବିଧାୟକ ପ୍ରତିନିଧି ମାଣିକ୍ଯ ଚନ୍ଦ୍ର ନାଏକ, ଅଡ୍ରି ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ରାମ ଚନ୍ଦ୍ର ମାଝୀ, ସରପଞ୍ଚ ନନ୍ଦାଏ ମାଝୀ, ଗୋପିନାଥପୁର ସରପଞ୍ଚ ଧନସିଂ ମାଝୀ, ମାଲିଗାଁ ସମିତି ବଳ ଗୌଡ଼ଙ୍କ ସମେତ ଖଣି ପ୍ରଭାବିତ ଅଞ୍ଚଳର ପାଖାପାଖି ୧୦୦ରୁ ଉର୍ଦ୍ଧ ଲୋକ ଏହି ବୈଠକରେ ଯୋଗଦେଇ ଉତ୍କଳ ଆଲୁମିନା କମ୍ପାନୀ ବିରୋଧରେ ଅଭିଯୋଗ ଆଣି ସେମାନେ ପ୍ରକାଶ କରିଥିଲେ ଯେ ଏହି କମ୍ପାନୀ ଆମ ଅଞ୍ଚଳକୁ ଅଣଦେଖା କରିଚାଲିଛି,
ନା ଚାକିରି, ନା ଭଲ ସ୍ବାସ୍ଥ୍ୟ ସେବା ନା ଶିକ୍ଷା ସହ ଫେରି ଫେରି ଡେଭଲପମେଣ୍ଟ କଳା l ଖାଲି ଲଲିପପ୍ ଦେଖାଇ ଆମ ଅଞ୍ଚଳର ଖଣି ଲୁଟୁଛି ବୋଲି ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ କମ୍ପାନୀ କତୃପକ୍ଷ ଙ୍କ ଆଗରେ ଦାବି କରିଥିଲେ l ଆଗାମୀ ଦିନରେ କମ୍ପାନୀ ଦେଇଥିବା ପ୍ରତିଶୃତି ସବୁ ଯୋଦି ପୁରାଣ ନହେଲେ ଆମ ଅଞ୍ଚଳର ଖଣି ଖନନ ବନ୍ଧ କରନ୍ତୁ ବୋଲି ରୋକ୍ ଠୋକ୍ କହିଥିଲେ l ତେବେ ଦେଖିବାକୁ ବାକି ରହିଲା ଦୀର୍ଘ ବର୍ଷ ପରେ ଜିଲ୍ଲା ପ୍ରଶାସନର ତତ୍ପରତା ଏହି ଅଞ୍ଚଳ ବାସୀଙ୍କ ପାଇଁ କଣ ଶୁଭ ସଂକେତ ଆଣୁଛି l

Ad 13