ଦୁଇ ଗାଁସାଥିଙ୍କ କାର୍ଯ୍ଯକଳାପରେ ଅସନ୍ତୋଷ ଗ୍ରାମବାସୀ ଓ ଶ୍ରମିକ ବିଡ଼ିଓଙ୍କ ଦ୍ବାରସ୍ଥ ପରେ ମଧ୍ୟ ବ୍ଲକ୍ କାର୍ଯ୍ୟାଳୟରୁ କାର୍ଯ୍ୟାନୁଷ୍ଠାନ ଶୂନ୍ୟ l

ଥୁଆମୂଳ ରାମପୁର,୨୭/୦୫-(ଦୁର୍ଗା କୀର୍ତ୍ତି):- ଅଧିକାଂଶ ଗାଁରେ ଥିବା ଗାଁସାଥିଙ୍କ କାର୍ଯ୍ଯକଳାପରେ ଗ୍ରାମବାସୀ ଓ ଶ୍ରମିକମାନେ ଅସନ୍ତୋଷ ପ୍ରକାଶ କରି ବ୍ଳକ ଓ ଗ୍ରାମପଞ୍ଚାୟତରେ ସେମାନଙ୍କ ନାମରେ ବାରମ୍ବାର ଅଭିଯୋଗ କରିଆସୁଥିବା ସତ୍ବେ ସରପଞ୍ଚ କିମ୍ବା ବ୍ଳକ ପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ବିଷୟ ଜଣାପଡିଥିବା ବେଳେ ପୁଣି ଏକ ଅଭିଯୋଗ ସାମ୍ମାକୁ ଆସିଛି କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ଅନ୍ତର୍ଗତ ମହୁଲପାଟଣା ଗ୍ରାମପଞ୍ଚାୟତ ଅଧିନରେ ଥିବା ପୋଡାପଦର ଗ୍ରାମର ରୁ। ଏହି ଗ୍ରାମରେ ଥିବା ଦୁଇଜଣ ଗାଁସାଥି ଙ୍କ ମନମୁତାବକ କାର୍ଯ୍ଯ କରୁଥିବା ଯୋଗୁଁ ଗ୍ରାମବାସୀ ଓ ଶ୍ରମିକ ମାନେ ଅସନ୍ତୋଷ ପ୍ରକାଶ କରି ସ୍ଥାନୀୟ ସରପଞ୍ଚ ରତ୍ନି ମାଝୀଙ୍କ ଠାରୁ ଆରମ୍ଭ ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ କରି ଆସୁଛନ୍ତି ହେଲେ ଏଦିଗରେ ଗାଁସାଥି ଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ ନକରିବା ଯୋଗୁଁ ଅସନ୍ତୋଷ ଦେଖା ଦେଇଛି। ଗାଁସାଥି ମାନେ ସରକାରଙ୍କ ନରେଗା ଯୋଜନାରେ ଯାହାସବୁ ନିତିନିୟମ ରହିଅଛି ସେହି ଅନୁସାରେ କୌଣସି କାମ ନକରି ଖୋଲାଖୋଲି ଭାବରେ ନିୟମ ଉଲଘଂନ କରାଯାଉଥିବା ବେଳେ ସରକାରୀ ଅର୍ଥକୁ ଅପବ୍ଯବହାର ଭଳି ଘଟଣା ଏବେ ଗ୍ରାମବାସୀ ଓ ଶ୍ରମିକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହିପରିପ୍ରେକ୍ଷୀରେ ସରପଞ୍ଚ ଓ ବ୍ଳକ ପ୍ରଶାସନ ନିରବ ରହିବା ଘଟଣା କେତେଦୂର ଯୁକ୍ତିଯୁକ୍ତ ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଥିବା ବେଳେ ଗାଁସାଥି ଦ୍ବୟ କାହାର ଛତ୍ରଛାୟା ତଳେ ରହି ଏଭଳି ଅନିୟମିତତା କାର୍ଯ୍ଯରେ ଲିପ୍ତ ରହିଛନ୍ତି। କାମରେ ମଧ୍ୟ କମ କାମ କରି ଅଧିକ ବିଲ ଉଠାଣ ଓ ପ୍ରକୃତ ଶ୍ରମିକଙ୍କର ବ୍ଯାଙ୍କ ଖାତାରେ ଟଙ୍କା ଦେବା ବଦଳରେ ସେମାନେ ନିଜ ନିଜର ସମ୍ପକୀୟ ଲୋକଙ୍କର ଜମାଖାତାକୁ ଟଙ୍କା ପ୍ରେରଣ କରୁଥିବା ନେଇ ପ୍ରକୃତ ଶ୍ରମିକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗାଁସାଥି ପଙ୍କଜିନି ନାଏକ ଓ ଅନନ୍ତ ମାଝୀ ଉଭୟଙ୍କୁ ତାଙ୍କ ଦୁର୍ନୀତି କାର୍ଯ୍ୟ ପ୍ରତି ଗ୍ରାମବାସୀ ବାରମ୍ବାର ଅବଗତ କରିଆସୁଥିଲେ ମଧ୍ୟ ତାହା ଉପରେ ଏହି ଦୁଇଜଣ ଗାଁସାଥି ଭ୍ରୃକ୍ଷେପ କରୁନଥିବା ଦେଖାଦେଇଛି। ଏହିସବୁ ଘଟଣା ଉପରେ ଗ୍ରାମବାସୀ ଓ ଶ୍ରମିକ ମାନେ ସରପଞ୍ଚଙ୍କୁ ଜଣାଇଥିଲେ ମଧ୍ୟ ଏଦିଗରେ ସ୍ଥାନୀୟ ସରପଞ୍ଚ ନିରବ ରହିବା ଘଟଣାରେ ଅଧିକରୁ ଅଧିକ ସନ୍ଦେହ ସୃଷ୍ଟି କରୁଅଛି। ଉଭୟ ଗ୍ରାମର ଗାଁସାଥି ନରେଗା ଯୋଜନାରେ ହେଉଥିବା କାମରେ ଶ୍ରମିକ ନଲଗାଇ ମେସିନ୍ ମାଧ୍ୟମରେ ମଧ୍ୟ କାମ କରି ଅର୍ଥକୁ ଅପବ୍ଯବହାର କରୁଥିବା ବେଳେ ପୁଣି ସେମିସ୍କେଲ ( ମିସ୍ତ୍ରୀଙ୍କ ) ଟଙ୍କା ହଡପ କରୁଥିବା ଘଟଣା ଉପରେ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ଏହିଭଳି ବିଭିନ୍ନ ଦୁର୍ନୀତି ମୁଳକ କାମରେ ଲିପ୍ତ ଥିବା ଉଭୟ ଗାଁସାଥି ଙ୍କୁ କାହିଁକି ଘଣ୍ଟଘୋଡାଇ ରଖାଯାଇଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆହୁରି ଅଭିଯୋଗ ଆଣିଛନ୍ତି ଗାଁସାଥି ଉଭୟ ମିଶି ନିଜ ଗାଁରେଥିବା ନରେଗା ଯୋଜନାର ଯେକୌଣସି କାମକୁ ମଧ୍ୟ ଅନ୍ଯ ଠିକାଦାରଙ୍କୁ ବିକ୍ରି କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି ଗ୍ରାମବାସୀ। ଉଭୟ ଗାଁସାଥିଙ୍କୁ ଏହି ପଦବୀରୁ ହଟାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ତେବେ ସରପଞ୍ଚ ଓ ବ୍ଳକ ପ୍ରଶାସନ ଏଦିଗରେ କିଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଏବେ ଆଗକୁ ଦେଖିବାକୁ ବାକି ରହିଲା।

Ad 13