ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ; ଜଣେ ମୃତ ଦୁଇଜଣ ଗୁରୁତର ଡାକ୍ତର ଖାନରେ ଭର୍ତ୍ତି l
ଥୁଆମୂଳ ରାମପୁର,୦୨/୦୬-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ ୨ ଗୁରୁତର ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁସାରେ ବ୍ଲକ ର ଗୁଣୁପୁର ଏବଂ ବାଳିସରା ଗ୍ରାମ ମଝି ଯାହାକି ଥୁଆମୂଳ ରାମପୁର – ଭବାନୀପାଟଣା କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ମଧ୍ୟରେ ଦୁଇ ମୋଟର ସାଇକେଲ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣେ ମୃତ ଓ ଦୁଇଜଣ ଅତି ଗୁରୁତର ଥିବା ସୂଚନା ମିଳିଛି। ସୂଚନା ଅନୁସାରେ ସୋମବାର ସକାଳ ପ୍ରାୟ ୧୦ଟା ସମୟରେ ବାଲିସରା ଗ୍ରାମର ଧନେଶ୍ବର ନାଏକ (୫୫) ନିଜ ଘରୁ ହିରୋ ସ୍ପଲେଡର (ଓଡ଼ି୦୮ଇ୧୮୩୯) ବିଶିଷ୍ଟ ଏକ ଗାଡ଼ି ଯୋଗେ ଗୁଣପୁର ଯାଉଥିଲେ ସମୟରେ କଠଘରା ଗ୍ରାମର ପର୍ଶୁରାମ ମାଝୀ (୨୩) ଓ ପୁରାଣ ମାଝୀ (୩୦) ଦୁହେଁ ଏକ ଆପାଚି (ଓଡ଼ି୦୮ଜେଡ୧୦୩୦) ନମ୍ବର ବିଶିଷ୍ଟ ବାଇକ ଯୋଗେ ଦ୍ରୁତ ଗତିରେ ଗୁଣୁପୁର ପଟରୁ ଆସୁଥିବା ବେଳେ ଉଭୟ ଗାଡି ମୁଣ୍ଡାପଡା ଛକ ମଶାଣି ବୁଲାଣି ପାଖରେ ମୁହାଁ ମୁହିଁ ଧକ୍କା ହୋଇଯାଇଥିଲେ। ଯାହାଫଳରେ ଘଟଣା ସ୍ଥଳରେ ହିଁ ବାଳିସରା ଗ୍ରାମର ଧନେଶ୍ବର ନାଏକଙ୍କ ମୃତ୍ୟ ଘଟିଥିବା ବେଳେ ଅନ୍ୟ ମଟରସାଇକେଲ ଚାଳକ ଅତି ଗୁରୁତର ଥିବା ହେତୁ ତତକ୍ଷଣାତ ଆମ୍ବୁଲାଏନ୍ସ ଯୋଗେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଜଣଙ୍କୁ ପୂର୍ଲା ମେଡିକାଲ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି ।

ଏ ନେଇ ମୃତକଙ୍କ ପରିବାର କର୍ଲାପାଟ୍ ଥାନାରେ ଲିଖିତ ଅଭିଯୋଗ କଲାପରେ ପୋଲିସ ଦୁର୍ଘଟଣା ସ୍ଥାନରେ ପହଂଚି ୧୪/୨୫ରେ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ କରି ଶବ ଉଦ୍ଧାର କରିବା ସହ ଶବ ବ୍ୟବିଛେଦ ପାଇଁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଲୟ କୁ ପଠାଇ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା କର୍ଲାପାଟ୍ ଥାନାରେ ଅଧିକାରୀ ଶ୍ରୀକାନ୍ତ କଲୋକା ସୂଚନା ଦେଇଛନ୍ତି l