ଦୁର୍ଗମଅଞ୍ଚଳ ବୋଲି ଅବହେଳିତ ପୋଡାପଦର,ନା ଚାଲୁଛି ନଳକୂପ, ନା ଚାଲୁଛି ବାସୁଧା , ଆଦିବାସୀ ଭୋଗୁଛନ୍ତି ଜଳ ଯନ୍ତ୍ରଣା
ଥୁଆମୂଳ ରାମପୁର,୧୬/୦୫-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ର ଦୁର୍ଗମ ଅଂଚଳ ଭାବେ ପରିଚିତ ଥୁଆମୂଳ ରାମପୁର ବ୍ଲକ ପୋଡାପଦର ଗ୍ରାମରେ ପାନୀୟ ଜଳ ସଙ୍କଟ ଉତ୍କଟ ହୋଇ ପଡିଥିବା ଦେଖିବାକୁ ମିଳିଛି। ମେଗା ପ୍ରକଳ୍ପ ଘରଘର ପାଇପ ବିଛାଇ ଚୁପ ପଡିଥିବା ବେଳେ ଅଚଳ ହୋଇଛି ଗୋଟିଏ ମାତ୍ର ନଳକୂପ । ଏ ପଟେ ବାସୁଧା ନଥିବା ବେଳେ କୌଣସି ବିକଳ୍ପ ବ୍ୟବସ୍ଥା ନ ଥିବା ରୁ ଗ୍ରାମ ବାସୀ ବର୍ଷ ତାମାମ ନାଳ ପାଣି କୁ ସିଧା ସଳଖ ପାନୀୟ ଜଳ ରୂପେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଲୋକଙ୍କ ମୌଳିକ ଆବଶ୍ୟକତା କୁ ଦୃଷ୍ଟିରେ ରଖି ସରକାର ସହର ଠୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁ ଇଲାକାରେ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ମାନ କରାଇ ଆସୁ ଥିବା ବେଳେ ଦୁର୍ଗମ ଅଂଚଳ ମାନଙ୍କରେ ଏହି ସୁବିଧା ଯୋଗାଇବାରେ ବିଫଳ ହେଉଥିବା ନଜର କୁ ଆସୁଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାଏ ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ପୋଡାପଦର ଗ୍ରାମରେ ୧୫ ଟି ଆଦିବାସୀ ପରିବାର ବସବାସ କରନ୍ତି । ଏହି ୧୫ ଟି ପରିବାର ପାଇଁ ଗୋଟିଏ ନଳକୂପ ଥିଲା । ନଳକୂପ ଟି ଅନେକ ଦିନରୁ ଖରାପ ହୋଇଯାଇଛି । ୧୫ଟି ଆଦିବାସୀ ପରିବାର ପ୍ରତ୍ୟେକ ଦିନ ଖରା ବର୍ଷା ଶୀତ ବର୍ଷ ତାମାମ ନାଳ ପାଣି କୁ ସିଧା ସଳଖ ପାନୀୟ ଜଳ ରୂପେ ବ୍ୟବହାର କରି ଆସୁଛନ୍ତି।ବାସନ ମଜା,ଶୌଚ ଠୁ ଆରମ୍ଭ କରି ପିଇବା ପର୍ଯ୍ୟନ୍ତ ଏହି ନାଳ ପାଣି କୁ ବ୍ୟବହାର କରୁଥିବା ବେଳେ ଜଙ୍ଗଲୀ ପଶୁପକ୍ଷୀ ତଥା ଗୃହ ପାଳିତ ପଶୁ ମଧ୍ୟ ଏହି ପାଣି ଉପରେ ଭରଷା କରି ଜୀବନ ନିର୍ବାହ କରିଥାନ୍ତି। ଏହି ଗାଁ ରେ ମେଗା ପାନୀୟଜଳ ପ୍ରକଳ୍ପ ପକ୍ଷରୁ ସମସ୍ତଙ୍କ ଘରେ ପାଇପ ସଂଯୋଗ କରାଯାଇଛି ହେଲେ ଦିନେ ବି ପାଣି ଦିଆଯାଇ ନାହିଁ । ଦୁର୍ଗମ ଅଞ୍ଚଳ ବୋଲି ପୋଡାପଦରକୁ ସବୁବେଳେ ଅଣଦେଖା କରାଯାଉଛି । ଗାଁ ଠୁ ଦୁଇ କିମି ପରିଧି ଭିତରେ କୌଣସି ସରକାରୀ ପାନୀୟ ଜଳ ବ୍ୟବସ୍ଥା ନ ଥିବା କାରଣରୁ ଅଂଚଳ ବାସୀ ସ୍ଥାନୀୟ ଜନ ପ୍ରତିନିଧି ଙ୍କ ଠୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ପାନୀୟ ଜଳ ସଙ୍କଟ ବିଷୟରେ ଦୃଷ୍ଟି ଆକର୍ଷଣ କରାଇଛନ୍ତି।କିନ୍ତୁ ସ୍ଥାନୀୟ ପ୍ରଶାସନ ଦାୟିତ୍ବ ରୁ ମିକୁଳିବା ଆଳରେ ଦୁର୍ଗମ ପାହାଡ଼ି ଇଲାକାରେ ନଳକୂପ ଖୋଳିବା କିମ୍ବା ସ୍ୱଚ୍ଛ ପାନୀୟ ଜଳ ବ୍ୟବସ୍ଥା କରିବା ଅତି କଷ୍ଟ ସାଧ୍ୟ ସହ ବ୍ୟୟବହୁଳ ବ୍ୟାପାର। ଏ ଭଳି ସ୍ଥିତିରେ ଗ୍ରାମ ବାସୀ ଭାଗ୍ୟକୁ ଆଦରି ଝରଣା ର ଦୂଷିତ ଜଳକୁ ପାନୀୟ ଜଳ ରୂପେ ବ୍ୟବହାର କରି ଅନେକ ଦୁରାରୋଗର ଶିକାର ହୋଇ ଅଳ୍ପାୟୁ ହୋଇ ପଡୁଥିବା ଅଭିଯୋଗ ଆସୁଛି।ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀପୂର୍ବରୁ ମଧ୍ୟ ବିଜେଡି ଶାସନଧୀନ ଥିଲା , ବର୍ତ୍ତମାନ ମଧ୍ୟ ବିଜେଡି ଦଳର ବିଧାୟକଙ୍କ ରାଜୁତି ଚାଲୁଛି । ହେଲେ ଆଦିବାସୀଙ୍କ ପାଣି ସମସ୍ୟା ଏପର୍ଯ୍ୟନ୍ତ ସମାଧାନ କରିପାରୁନାହାନ୍ତି । ଯାହା ଫଳରେ ଆଦିବାସୀ ମାନେ ଏବେବି ଜଳଯନ୍ତ୍ରଣା ଭୋଗୁଛନ୍ତି । ସତରେ କଣ ଗ୍ରାମବାସୀଙ୍କ ଭାଗ୍ୟରେ ବିଶୁଦ୍ଧ ପାନୀୟ ଜଳ ତୂଏ ନାହିଁ ନା ଜାଣିଶୁଣି ଦୁର୍ଗମ ଅଞ୍ଚଳ ବୋଲି ଅବହେଳା କରାଯାଉଛି । ବିଜେଡି ସରକାର ତ ଆଦିବାସୀଙ୍କୁ ବଇରି ସାଜିଲା, ମୋହନ ସରକାର ଶୁଣିବେ ତ ଗ୍ରାମବାସୀଙ୍କ ଦୁଃଖ !

ଏନେଇ ଜଳ ଓ ପରିମଳ ବିଭାଗର କାର୍ଯ୍ୟ ନିର୍ବାହୀ ଅଧିକାରୀ ମନ୍ମଥ ମୁର୍ମୁ ଙ୍କୁ ପଚାରିବାରୁ ସେ ଅଞ୍ଚଳ ଟି ଆତି ଶୁଖିଲା ଅଞ୍ଚଳ ସେ ଗ୍ରାମ ବା ସ୍ଥାନ ମାନଙ୍କରେ ଯେତେ ନଳକୂପ ଖନନ କଲେ ମଧ୍ୟ ଭଲ ଭାବରେ ପାଣି ବାହାରେ ନାହିଁ , ଆମେ ଏହି ୧୭ଦିନ ତଳେ ଦୁଇଟି ନଳକୂପ ଖନନ କରିଛୁ ଗୋଟେ ରେ ଭଲଭାବରେ ପାଣିର ସ୍ରୋତ ମିଲାଳ ସେଠାରେ ଆମେ ଏକ ସୋଲାର ପମ୍ପ ଟ୍ୟାଙ୍କ ଲଗାଇବା ପାଇଁ ବ୍ୟବସ୍ଥା କରିଛୁ ଆଗାମୀ ଦିନରେ ଯାହାବି ପାଣିର ସମସ୍ୟା ଅଛି ତାହା ଦୂର ହେବ ବୋଲି କହିବା ସହ କେଉଁ କେଉଁ ଅଞ୍ଚଳ ମାନଙ୍କରେ ପାଣିର ସମସ୍ୟା ଦେଖାଯାଉଛି ଆମେ ତାହା ମନିଟରିଂ କରୁଛୁ ଏମିତିରେ ବି ସବୁ ଦିନ ଜିଲ୍ଲାପା ଆମକୁ ରିପୋର୍ଟ ମାଗୁଛନ୍ତି ଏଣୁ ଆମେ ସବୁବେଳେ ସଜାଗ ଅଛୁ ଯୋଦି ସୋଲାର ଲାଗିବାର ଡେରି ହେଉଛି ତେବେ ମୁ ଅଚଳ ଥିବା ନଳକୂପ କୁ ମରାମତି କରିବା ପାଇଁ ଆମ ଗାଡି ପଠାଇ ବି ବୋଳି କହିଛନ୍ତି l