ଦୁର୍ଗମ ଅଞ୍ଚଳର ଦୁର୍ଦ୍ଦଶା, ଠିକାଦାର ପୋଷା ନୀତିରେ ଚାଲିଛି ପୋଡାପଦର ପଞ୍ଚାୟତର ବିକାଶ l
୭ ବର୍ଷ ହେଲା ଅର୍ଦ୍ଧ ନିର୍ମିତ ଭାବରେ ପଡି ରହିଛି ପଞ୍ଚାୟତ ର ଅନେକ ଅଫିସ ଗୃହ : ଗଛ ତଳେ ଚାଲିଛି ପଞ୍ଚାୟତ କାର୍ଯ୍ୟାଳୟ
ଥୁଆମୂଳ ରାମପୁର,୦୫/୦୬-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଳକର ଦୁର୍ଗମ ଅଞ୍ଚଳ ପୋଡାପଦର ପଞ୍ଚାୟତକୁ ବର୍ତ୍ତମାନ ଦୁର୍ଗମ ଅଞ୍ଚଳ ଭାବି ଅଣଦେଖା କରାଯାଉଛି । ପାହାଡ଼ ପର୍ବତ ଘେରରେ ରହିଥିବା ଯୋଗୁଁ ଆଜିବି ଅବହେଳିତ ଅଵସ୍ଥାରେ ଜୀଵନ ଜାଵନ ଅତିବାହିତ କରୁଛନ୍ତି ଏଠିକାର ଲୋକେ । ସରକାରଙ୍କ ମୌଳିକ ସୁବିଧା ସୁଯୋଗ ଏମାନଙ୍କ ପାଇଁ ସାତ ସ୍ବପ୍ନ ପାଲଟିଛି। ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ଲୋକଙ୍କ କାର୍ଯ୍ଯରେ ଲାଗୁଥିବା ପଞ୍ଚାୟତ ଗୃହ ଟିଏ ନିର୍ମାଣ ହେବାକୁ ବର୍ଷ ବର୍ଷ ବିତିଯାଉଛି ହେଲେ ସମ୍ପୂର୍ଣ୍ଣ ହୋଇପାରୁ ନାହିଁ। କେବଳ ଏଠାରେ ଠିକାଦାର ପୋଷା ନୀତିରେ ଚାଲିଛି ପୋଡା ପଦର ପଞ୍ଚାୟତର ବିକାଶ ବୋଲି ଅଞ୍ଚଳବାସୀ ଅଭିଯୋଗ କରିବା ସହ ସ୍ଥାନୀୟ ସରପଞ୍ଚ ରାଏ ସିଂ ମାଝୀ ମଧ୍ୟ ବିଭାଗୀୟ ଯନ୍ତ୍ରୀ ଖାଇଦେଇଛନ୍ତି ଟଙ୍କା ସେଥିପାଇଁ ଆଜି ଆମ ଗ୍ରାମପଞ୍ଚାୟତର ନିର୍ମାଣ ଧିନ ଗୃହ ସବୁ ସମ୍ପୂର୍ଣ୍ଣ ହୋଇପାରୁନାହିଁ ବୋଲି ଗଣମାଧ୍ୟମ ଆଗରେ ବାଖାନିଛନ୍ତି । ପୋଡାପଦର ଅଞ୍ଚଳ ଆଗରୁ ତାଳନଗୀ ପଞ୍ଚାୟତ ଅଧୀନରେଥିଲା। ଗତ ୨୦୧୭ ମସିହାରେ ୧୮ ଟି ଗାଁ କୁ ନେଇ ପୋଡାପଦରକୁ ନୂତନ ପଞ୍ଚାୟତ ଗଠନ କରାଗଲା ।

ସେହିଦନ ପର ଠାରୁ ଆଜକୁ ଦୁଇ ଥର ପଞ୍ଚାୟତ ନିର୍ବାଚନ ଶେଷ ହୋଇଯାଇଛି। ଏହି ପଞ୍ଚାୟତ ନିମନ୍ତେ ଗତ ୨୦୧୭ ମସିହାରେ ୩୫ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ଏକ ପଞ୍ଚାୟତ ଗୃହ ନିର୍ମାଣ କାମ ଆରମ୍ଭ କାରାଗଲା। ହେଲେ ଆଜକୁ ୭ ବର୍ଷ ରୁ ଉର୍ଦ୍ଧ୍ବ ସମୟ ହେଲାଣି ତଥାପି ପଞ୍ଚାୟତ କାର୍ଯ୍ଯାଳୟ ଗୃହ ନିର୍ମାଣ ଶେଷ ହୋଇ ପାରିଲା ନାହିଁ।ଏଠାରେ କେବଳ ପଞ୍ଚାୟତ ଗୃହ ନୁହେଁ ସେହିଭଳି ପଞ୍ଚାୟତ ଗୃହ ପରିସରରେ ପୁଣି ନିର୍ମାଣ ହେଉଥିବା ଗ୍ରାହକ ସେବା କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ରାଜୀବ ଗାନ୍ଧୀ ଭବନ, ପଞ୍ଚାୟତ ଗୋଦାମ ଗୃହ ଏଏନଏମ ସେଣ୍ଟର, ମିଶନ ଶକ୍ତି ଭବନ ଏବଂ ସ୍କୁଲ କୋଠା ମଧ୍ୟ ସେହିଭଳି ଅଧପନ୍ତରିଆ ଭାବେ ପଡି ରହିଛି । ଅଞ୍ଚଳରେ ଅନେକ ସମସ୍ୟା ଥିବା ବେଳେ ଆଜି ପର୍ଯ୍ୟନ୍ତ ଆଦିବାସୀଙ୍କର ଏହି ସବୁ ସମସ୍ୟାର ସମାଧାନ ଦିଗରେ ନିର୍ବାଚିତ ପ୍ରତିନିଧି ନା ରାଜନେତା କି ପ୍ରଶାସନ ମଧ୍ୟ କୌଣସି ପ୍ରକାରେ ଚେଷ୍ଟା କରୁନଥିବା ନେଇ ଅଞ୍ଚଳରେ ଅସନ୍ତୋଷର ବାତାବରଣ ସୃଷ୍ଟି ହେଉଛି। ଏହାଫଳରେ ଏବେବି ଅଞ୍ଚଳର ଆଦିବାସୀ ମାନେ ଦୁଃଖରେ ଜୀବନ ଯାପନ କରୁଛନ୍ତି। ଏମାନଙ୍କ ପାଇଁ ଆହା କହିବାକୁ କେହି ନାହିଁ କି ସାହାଭରସା ହେବା ପାଇଁ କୌଣସି ଲୋକ ନାହାଁନ୍ତି। ଲୋକେ ବ୍ୟାଙ୍କ ସେବା, ଡାକ୍ତରଖାନା କିମ୍ବା ଅନ୍ୟ କୌଣସି ସେବା ପାଇବା ପାଇଁ ୭୦ କି,ମି ଥୁଆମୂଳ ରାମପୁର କିମ୍ବା ଇନ୍ଦ୍ରାବତୀ ନଦୀ ପାରହୋଇ ନବରଙ୍ଗପୁର ଯାଉଛନ୍ତି ।ଏହାକୁ ଦୃଷ୍ଟିରେ ରଖି ଯଦି ଏହିଭଳି ଅଧପନ୍ତରିଆ ସମସ୍ତ ଗୃହ ଗୁଡିକକୁ ଜରୁରୀକାଳୀନ ନିର୍ମାଣ କରାଯାଏ ତେବେ ନିଜ ଅଞ୍ଚଳରେ ଲୋକେ ସରକାରୀ ସେବା ପାଇ ପାରିବେ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଅଛି। ଏହି ପଞ୍ଚାୟତ ଦୁର୍ଗମ ଅଞ୍ଚଳ ହୋଇଥିବା ଯୋଗୁଁ କୌଣସି ଅଧିକାରୀ ମଧ୍ୟ ଏ ଅଞ୍ଚଳକୁ ଯାଉ ନାହାଁନ୍ତି । ଯାହା ଫଳରେ ଏହାର ଫାଇଦା ଉଠାଉଛନ୍ତି ଠିକାଦାର ଓ ଯନ୍ତ୍ରୀ ମାନେ । ଏଣୁ ତୁରନ୍ତ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ଏ ଗ୍ରାମପଞ୍ଚାୟତର ଦୁଃଖ ଶୁଣନ୍ତୁ ବୋଲି ବିଭିନ୍ନ ମହଲରେ ଦାବୀ ହୋଇଛି । ଏନେଇ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି ଙ୍କୁ ପଚାରିବାରୁ ସେ ଅଞ୍ଚଳ ପାଇଁ ସିଧାସକଳ ଗାଡ଼ି ମାଧ୍ୟମରେ କୌଣସି ମେଟେରିଆଲ ନେବା ପାଇଁ ସୁବିଧା ନାହିଁ କେବଳ ଯାହା ଯିବାକଥା ବୋଟ୍ ମାଧ୍ୟମରେ ହିଁ ଅଳ୍ପ ଅଳ୍ପ ମେଟେରିଆଲ୍ ଯାଉଛି ଏଣୁ କାମ ଏଭଳି ଭାବରେ ମନ୍ଥରା ଗତିରେ ଚାଲିଛି ଆଗରୁ ଯେଉଁ ଆର୍ଡି ବିଭାଗ ପକ୍ଷରୁ ବ୍ରିଜ ନିର୍ମାଣ କରାଯାଇଥିଲା ବର୍ତ୍ତମାନ ତାହା ବନ୍ଦ ଅଛି ରାସ୍ତା ହୋଇଗଲେ ସେ ପଞ୍ଚାୟତ ପାଇଁ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇପାରିବ ଏବଂ ଆମେ ମଧ୍ୟ ଅଧାପନ୍ତରିଆ ରହିଥିବା ଗୃହ ଗୁଡ଼ିକ କେମିତି ବୋହୁତ ଶୀଘ୍ର ସରିପରିବ ସେନେଇ ଚେଷ୍ଟା କରିବୁ ବୋଲି କହିଛନ୍ତି l