ନିଖୋଜ ବିବାହିତ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ l
ଥୁଆମୂଳ ରାମପୁର, ୨୯/୦୫-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା ଗ୍ରାମର ଜଣେ
ନିଖୋଜ ବିବାହିତ ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିବା ଜଣାପଡ଼ିଛି l ମିଳିଥିବା ସୂଚନା ଅନୁଯାୟୀ କାଶିପୁର ଥାନା ଅନ୍ତର୍ଗତ ଅଡାଜୋର୍ ପଞ୍ଚାୟତ ଅଧୀନସ୍ଥ ଜୋଡ଼ାଆମ୍ବ ଗ୍ରାମର କାଲି ଦାସ ନାଏକ ଙ୍କ ବଡ଼ ଝିଅ ତମାଲ ନାଏକ ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା ଗ୍ରାମର ଲଳିତ ଙ୍କ ପୁଅ ରଞ୍ଜନ ନାଏକଙ୍କୁ ଗତ ୪ ବର୍ଷ ତଳେ ବୈଦିକ ରୀତିନୀତି ରେ ବିବାହ କରିଥିଲେ ତାଙ୍କ ପାରିବାକିକ ଜୀବନ ସୁନ୍ଦର ଭାବରେ ଅତିବାହିତ ହୋଇଥିବାବେଳେ କୌଣସି କାରଣରୁ ହଠାତ ଗତ ବୁଧବାର ସକାଳୁ ସେ କୁଆଡେ ଚାଲିଯାଇଥିଲେ ଏହାକୁ ନେଇ ସ୍ବାମୀ ରଞ୍ଜନ ନାଏକ ଙ୍କ ସମେତ ଝିଅର ବାପା କାଳିଦାସ ନାଏକ ଥୁଆମୂଳ ରାମପୁର ଥାନାରେ ଲିଖିତ ନିଖୋଜ ଅଭିଯୋଗ କରିଥିଲେ l ପରବର୍ତ୍ତୀ ସମୟରେ ଅର୍ଥାତ୍ ଗୁରୁବାର ଅପରାହ୍ନ ୨.୩୦ ସମୟ ରେ ତାଙ୍କ ମୃତ ଦେହ ଗ୍ରାମ ମଝିରେ ଥିବା ଏକ ଖାଜୁର ଗଛ ପାଖର ପରିତ୍ୟକ୍ତ କୁଆଁରେ ପଡ଼ିଥିବା ଦେଖି ପରିବାର ଲୋକେ ଥୁଆମୂଳ ରାମପୁର ଥାନାରେ ଜଣାଇଥିଲେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ସଙ୍ଗେ ସଙ୍ଗେ ସାଇନ୍ସଫିକ୍ ଟିମ୍ ଏବଂ ଅଗ୍ନିଶମ ବିଭାଗ ଙ୍କୁ ଖବର ଦେଇଥିଲେ ଖବର ପାଇ ଘଟଣା ସ୍ଥାନରେ ସାଇନ୍ସଫିକ୍ ଟିମ୍ ଏବଂ ଅଗ୍ନିଶମ ପହଞ୍ଚି ଶବକୁ ଉଦ୍ଧାର କରି ଶବ ବ୍ଯବଛେଦ ପାଇଁ କରି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିବା ବେଲେ ଏହାର ତଦନ୍ତ ଭାର ଥୁଆମୁଳ ରାମପୁର ଥାନା ଅଧିକାରୀ କୈବଲ୍ଯ ସେଠ୍ ନେଇଥିବା ସହ ତାଙ୍କୁ ସହଯୋଗ କରିଥିଲେ ଥାନା ଏସଆଇ ରଶ୍ମିରଞ୍ଜନ ବାଗ, ପ୍ରହଲ୍ଲାଦ ପାଣିଗ୍ରାହୀଙ୍କ ସମେତ ଆଇଆରବି ଦକଙ୍କ ସମେତ ଅଗ୍ନିଶମ ବିଭାଗ କର୍ମଚାରୀ ରେହେମାନ ଅସଲମ, ଏନଚାର୍ଜ ବନମାଳୀ ପୁଝାରୀ, ଶଙ୍କରସନ ନିଆଲ, ସାନ୍ତାନୁ ଦିଗାଲ, ରାଜେଶ ପ୍ରଧାନ, ସୁମନ୍ତ ଡୁଙ୍ଗଡୁଙ୍ଗଙ୍କ ସମେତ ସାଇନ୍ସଫିକ ଟିମ ର ପୁଷ୍ପାଞ୍ଜଳି ତାଣ୍ତି, ଏଵ ତାଙ୍କ ସହକର୍ମୀ ଉପସ୍ଥିତ ରହିଥିଲେ। ଏହି ଘଟଣା ରେ ପୂର୍ବରୁ ନିଖୋଜ କେସ ନଂ ୪/୨୫ ଏକ ମାମଲା ରୁଜୁ ହୋଇଥିବା ବେଳେ ମୃତ ମହିଳାଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୁଣି ଏକ ହତ୍ୟା ମାମଲା ରେ କେସ ନଂ ୭୦/୨୫ ପୃଥକ ପୃଥକ ମାମଲା ଋଜୁ କରି ତଦନ୍ତ ଜାରି ରଖିଥିବା ନେଇ ଥାନା ଅଧିକାରୀ ଶ୍ରୀ ସେଠ୍ ସୂଚନା ଦେଇଥିବା ଜଣାପଡିଛ। ଖବର ଲେଖିବା ପୂର୍ବରୁ ଶବ ବ୍ୟବଚ୍ଛେଦ ହୋଇନଥିବା ଜଣାପଡିଛି l