ନିଜ ବାଇକ୍ ଇଏମଆଇ ଟଙ୍କା ପୈଠ କରିଯିବା ସମୟରେ ଦୁର୍ଘଟଣା : ପୁଅ ମୃତ୍ୟ ବାପା ସାମାନ୍ୟ ଆହତ l
ଥୁଆମୂଳ ରାମପୁର,୩୧/୦୩-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ବେପରୁଆ ଭାବରେ ଗାଡିମଟର ଚଳାଚଳ ଯୋଗୁଁ ସଡ଼କ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି, ଗତ ରବିବାର ବାଇକ୍ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଣି ସୋମବାର ଦିନ ଗୋଟିଏ ସ୍ତ୍ରୀ ର ସିନ୍ଦୂର, ଛୁଆର ବାପଙ୍କୁ ଛଡ଼େଇ ନେଲା ଯମ, ମିଳିଥିବା ସୂଚନା ମୁତାବକ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଥାନା ଅନ୍ତର୍ଗତ ଜବାଙ୍ଗ ଗ୍ରାମର ଚେରୁଙ୍ଗୁ ଗଉଡ଼ (୫୫) ଏବଂ ତାଙ୍କ ବଡ଼ ପୁଅ ରାମେଶ୍ବର ଗଉଡ଼ (୩୫) ଦୁହେଁ ମିଶି ନିଜ ଘରୁ ବାହାରି ଜୁନାଗଡ଼ ବାଇକ୍ ର ଇଏମ୍ଆଇ ପଇସା ପୈଠ କରିବାକୁ ଯାଉଥିବା ବେଳେ ସକାଳ ୯.୩୦ ମି ମଧ୍ୟରେ ଜବାଙ୍ଗ ଗ୍ରାମର ବିଦ୍ୟାଳୟ ନିକଟରେ ମଟରସାଇକେଲ ଭରସାମ୍ଯ ହରାଇ ଦୁହେଁ କଜବାଇ ପାଖରେ ଛିଟିକି ପଡ଼ି ଥିଲେ ଫଳରେ ଘଟଣା ସ୍ଥଳରେ ପୁଅ ରାମେଶ୍ବର ଙ୍କ ମୃତ୍ୟୁ ଘଟିଥିବା ବେଳେ ବାବା ଚେରୁଙ୍ଗୁଅଳ୍ପକେ ବର୍ତ୍ତି ଯାଇଛନ୍ତି l
ଖବର ପାଇ ଥୁଆମୂଳ ରାମପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକୁ ପଠାଇ କେସ ନଂ ୪୧/୨୫ ରେ ଏକ ମାମଲା ରୁଜୁ ଅଧିକ ତଦନ୍ତ ଆରମ୍ଭ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l ଅନ୍ୟପଟେ ଗରିବ ରାମେଶ୍ବରଙ୍କ ୧ ବର୍ଷ ର କୁନି ଝିଅ ଥିବା ବେଳେ ତାଙ୍କ ସ୍ତ୍ରୀ ଗର୍ଭବତୀ ରହିଛନ୍ତି୍, ତେବେ ବର୍ତ୍ତମାନ କୁନି ଝିଅ ସହ ସ୍ତ୍ରୀ ପେଟରେ ବଢ଼ୁଥିବା ଶିଶୁର ଭବିଷ୍ୟତ ଅନ୍ଧାରରେ ବୋଲି ଗ୍ରାମବାସୀ ପ୍ରକାଶ କରିବା ସହ ସରକାରଙ୍କ ତରଫରୁ ଏ ପରିବାରଙ୍କୁ ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀ ଦାବି ଜଣାଇଛନ୍ତି।