ନ୍ୟୁଜସେବା ଲାଇଫ୍ ର ପ୍ରଭାବ: ଖବର ପ୍ରସାରପରେ ତତ୍ପରତା ଦେଖାଇଲା ପ୍ରଶାସନ l
ଥୁଆମୂଳ ରାମପୁର, ୨୫/୪ (ଦୁର୍ଗା କୀର୍ତ୍ତି): ଖବର ପ୍ରସାର ପରେ ବ୍ଲକ୍ ପ୍ରଶାସନ ସାଙ୍ଗେ ସାଙ୍ଗେ ତତ୍ପରତା ଦେଖାଇ ଦୁର୍ଗମ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିନ୍ଧିପଦର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ବାର୍ଷିକୋଣା ଗ୍ରାମକୁ ଯାଇ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୀଥିଲେ l ବିଡ଼ିଓଙ୍କ ଏଭଳି ଆକ୍ସନ ମୋଡ କାମକୁ ନେଇ ବିଭିନ୍ନ ବହାଳରେ ପ୍ରଶଂସା କରାଯାଉଥିବା ବେଳେ ଏହି ଅଞ୍ଚଳର ଯାହାବି ମୌଳିକ ସୁବିଧା ଅଛି ଆବଶ୍ୟକ ଅନୁସାରେ ଯଥାସମ୍ଭବ ଯୋଗାଇ ଦିଆଯିବା ଉଚିତ୍, ଖାଲି ଗସ୍ତ କଲେ ହେବ ନାହିଁ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଆଲୋଚନା ହେଉଛି l

ସୂଚନା ଯୋଗ୍ୟ ଯେ ଗତ ଗୁରୁବାର ଧରିତ୍ରୀ ଖବର କାଗଜ ରେ ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚିତ ବାର୍ଷିକୋଣା ଗ୍ରାମ ସମେତ ଭଟାପଡ଼ା, ଗମ୍ଭାରିଗୁଡ଼ା, ମୁଣ୍ଡିଘାଟିରେ ବସବାସ କରୁଥିବା ପ୍ରାୟ ୫୦ରୁ ୬୦ ପରିବାରଙ୍କ ପାଇଁ ବ୍ଲକ ସଦର ମହକୁମା ଯିବାକୁ ହେଲେ ପ୍ରାୟ ୧୫ କି.ମି. ଚାଲିଚାଲି ଯାଇଥାନ୍ତି l ଗ୍ରାମବାସୀଙ୍କ ପାଇଁ ପାନୀୟ ଜଳ, ସାସ୍ଥ୍ୟ ସେବା ଅପହଞ୍ଚ । ରାସ୍ତା ସମସ୍ୟା ଯୋଗୁ ରୋଗୀ, ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ଇନ୍ଦ୍ରାବତୀ କେନାଲ ରାସ୍ତା ପର୍ଯ୍ୟନ୍ତ ନେବାକୁ ପଡିଥାଏ। ସେଠାରୁ ଆମ୍ବୁଲାନ୍ସ ସେବା ମିଳିଥାଏ। ପାନୀୟ ଜଳ ପାଇଁ ବସୁଧା ଯୋଜନା କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ଏହାର ସୁଫଳ ଲୋକଙ୍କୁ ମିଳେ ନାହିଁ। ଗ୍ରାମରେ ବିଦ୍ୟାଳୟ ଥିଲେ ବି ଠିକ୍ ଭାବରେ ପିଲାଙ୍କ ପାଠପଢ଼ା ହୁଏ ନାହିଁ। ଏବଂ ଏହି ବାର୍ଷିକୋଣା ଗ୍ରାମର ୩ଟି ପଡ଼ା ପାଇଁ ଏକ ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ସ୍ଥାପନ କରାଯାଉ ବୋଲି ଗ୍ରାମବାସୀ ପ୍ରଶାସନ ପାଖରେ ଆମ ନ୍ୟୁଜସେବା ଲାଇଫ୍ ମାଧ୍ୟମରେ ଦାବି କରିଥିଲେ l

ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ବିଡ଼ିଓ ଧ୍ରୁବ ଚରଣ ମୁଦୁଲି ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ମାଝୀ, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ସୁନରାମ ସ୍ୱରେନ୍, ବ୍ଲକ୍ ଅତିରିକ୍ତ ଶିକ୍ଷାଧିକାରୀ ହେମନ୍ତ ପଣ୍ଡା, ଗ୍ରାମ୍ୟ ଗୃହ ଅଧିକାରୀ ରାଜେନ୍ଦ୍ର ନାରାୟଣ ଦେବ, ଏମଆଇ ବିଭୂରଞ୍ଜନ ସାହୁ, ପିଇଓ ସୁଶାନ୍ତ ମାଝୀ, ଜିଆରଏସ ବୈକୁଣ୍ଠ ଦିଶାରୀ, ପୂର୍ବତନ ସରପଞ୍ଚ ବିକ୍ରମ ମାଝୀଙ୍କୁ ଧରି ଉକ୍ତ ଗାଁକୁ ଯାଇ ପହଞ୍ଚିଥିଲେ l ପରେ ବିଡ଼ିଓ ଗ୍ରାମ ଲୋକଙ୍କ ସହ ଆଲୋଚନା କରି ନରେଗା ମାଧ୍ୟମରେ ରାସ୍ତା ମରାମତି କରାଯିବା ସହ ଅବସ୍କ୍ୟା ଚେକ୍ ଡ୍ୟାମ ନିର୍ମାଣ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l

ଏବଂ କହିଲେ କି ଯେହେତୁ ଏହି ଅଞ୍ଚଳ ଆମ ବ୍ଲକ୍ ର ଗୋଟେ ପଞ୍ଚାୟତ ସତ ହେଲେ ଏହା ଭୌଗଳିକ କୋଣରୁ ଆମ ବ୍ଲକ୍ ରେ ଜଉ ନାହିଁ, ଏହା ଜୁନାଗଡ଼ ବ୍ଲକ୍ ଅଧୀନରେ ଯାଉଛି ଏଣୁ ଆମେ ଆମ ପଞ୍ଚାୟତ ସ୍ତରରେ ଯାହା କରିବା କଥା ଯାହା ସରକାରୀ ଯୋଜନା ଯୋଗାଇଦେବା ସହ ଉକ୍ତ ଗ୍ରାମକୁ ପାନୀୟଜଳର କୌଣସି ଅସୁବିଧା ହେଉନାହିଁ ବସୁଧାରୁ ପାଣି ଯୋଗାଇଦିଆ ଯାଉଛି, ଏବଂ ଯେହେତୁ ଉକ୍ତ ଗ୍ରାମରେ ପିଲାଙ୍କ ଶିକ୍ଷା କାମ ଅଛି ଆମକୁ ୨୦ ରୁ ଉର୍ଦ୍ଧ ଛୁଆ ହେଲେ ହିଁ ଆମେ ମିନି ଅଙ୍ଗନୱାଡ଼ି କେନ୍ଦ୍ର କରିପାରିବୁ କିନ୍ତୁ ତଥାପିବି ଆମେ ସର୍ଭେ କରି ଆଗାମୀ ଦିନରେ କରାଯିବ ଅଙ୍ଗନୱାଡି କେନ୍ଦ୍ରର ବ୍ୟବସ୍ଥା କରାଯିବ ବୋଲି ଗଣମାଧ୍ୟକୁ ସୂଚନା ଦେଇଛନ୍ତି l