ପରିତ୍ୟକ୍ତ କୂଅରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା : ସ୍ବାମୀ ଏବଂ ଶଶୁର ଗିରଫ l

ଥୁଆମୂଳ ରାମପୁର,୨୨/୪ (ଦୁର୍ଗା କୀର୍ତ୍ତି):- ଗତ ମେ ମାସ ୨୯ ତାରିଖରେ ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା ଗ୍ରାମଠାରେ ଜଣେ ବିବାହିତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ପରଦା ହଟିଛି l ଏନେଇ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ କୋଷାବରା ଗ୍ରାମରେ ଜଣେ ବିବାହିତ ମହିଳାଙ୍କ ନିଖୋଜ ର ଦିନକ ପରେ ଗ୍ରାମ ମଝି ଚାଷଜମି ପାଖ ଏକ ପରିତ୍ୟକ୍ତ କୂଅ ରୁ ପୋଲିସ ମୃତଦେହ ଉଦ୍ଧାର କରିଥିବା ବେଳେ ଘଟଣା ସ୍ଥଳରେ ଆଇନ୍ଟିଫିକ ଟିମ୍ ମଧ୍ୟ ପହଞ୍ଚି ତଦନ୍ତ କରି ଏହା ଏକ ହତ୍ୟା ଘଟଣା ବୋଲି ସନ୍ଦେହ କରିଥିଲା। ମୃତକ ମହିଳା ଜଣକ ହେଉଛନ୍ତି ରାୟଗଡା ଜିଲା କାଶିପୁର ବ୍ଳକ ଅନ୍ତର୍ଗତ ଜଡ଼ା ଆମ୍ବ ଗ୍ରାମର କାଲି ଦାସ ନାଏକଙ୍କ ବଡ଼ ଝିଅ ତମାଲ ନାଏକ ସେ ଗତ ୪ବର୍ଷ ତଳେ ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା ଗ୍ରାମର ଲଳିତ ନାଏକଙ୍କ ପୁଅ ରଞ୍ଜନ ନାଏକଙ୍କୁ ବୈଦେହିକ ରୀତିନୀତିରେ ବିବାହ କରିଥିଲେ ମୃତ ମହିଳା l

ଏହାକୁ ନେଇ ମୃତ ମହିଳାଙ୍କ ପରିବାର ପକ୍ଷରୁ ଥୁଆମୂଳ ରାମପୁର ଥାନାରେ ହତ୍ୟା ଅଭିଯୋଗ କରାଯାଇଥିଲା। ପୋଲିସ ଏକ ମାମଲା (ନଂ.୭୦/୨୫) ରୁଜୁ କରି ତଦନ୍ତ କରିଥିଲା। ଏହାକୁ ନେଇ ତାଙ୍କ ସ୍ଵାମୀ ରଞ୍ଜନ ନାଏକ ଏବଂ ଶଶୁର ଲଳିତ ନାଏକଙ୍କ ଉପରେ ପୋଲିସ ସନ୍ଦେହ କରିଥିଲା ଏବଂ ଥାନାରେ ଅଟକ ରଖି ପଚରା ଉଚରା କରୁଥିଲା l ପରେ ରବିବାର ବାପା ପୁଅଙ୍କୁ ୟୁ/ ଏସ. ୮୦/୧୦୩(୧) ୮୫/୨୩୮/୩(୫) ଆଦି ବିଏନ୍ଏସ୍ ଧାରାରେ ଭବାନୀପାଟଣା କୋର୍ଟ ଚାଲାଣ କରାଯାଇଥିବା ବେଳେ ସେଠାରେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥ‌ିବା ଥାନା ଅଧିକାରୀ କୈବଲ୍ୟ ସେଠ ସୂଚନା ଦେଇଛନ୍ତି।

Ad 13