ପାଡେପଦର ପଞ୍ଚାୟତରେ ବିଜେଡିକୁ ଶକ୍ତ ଧକ୍କା : ଅନାସ୍ଥାରେ ପଦ ହରାଇଲେ ସରପଞ୍ଚ ସମ୍ବାରି ମାଝୀ
ଥୁଆମୂଳ ରାମପୁର,୨୭/୦୩-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ରେ ଗୋଟେ ପରେ ଗୋଟେ ବିଜେଡିକୁ ଶକ୍ତ ଧକ୍କା ହେଉଥିବା ଜଣାପଡ଼ୁଛି l ବିଗତ ଦିନରେ ଥୁଆମୂଳ ରାମପୁର ପଞ୍ଚାୟତ ସମିତି ଅଧକ୍ଷ ଦୟାନିଧି ମାଝୀଙ୍କ ନାମରେ ଆଗତ ଅନାସ୍ଥା ଆଣିଥିଲେ କିଛି ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା, ହେଲେ କୋରମ୍ ଅଭାବରୁ କାଠ ଖାଉଥିଲା ଅନାସ୍ଥା, ସେଥିରେ ପୁଣି ବିଜୟ ହୋଇଥିଲେ ବ୍ଲକ୍ ଅଧକ୍ଷ ଶ୍ରୀ ମାଝୀ ଏବଂ ବିଜେଡିରେ ତାଙ୍କୁ ଅଣଦେଖା କରିବା ସହ ତାଙ୍କ ସମର୍ଥକ ସରପଞ୍ଚ, ସମିତି ସଭ୍ୟ/ସଭ୍ୟାଙ୍କୁ ମଧ୍ୟ ଅଣଦେଖା ଓ କୋଣଠେଶା ହେଉଥିବା ଯୋଗୁଁ କିଛି ମାସ ତଳେ ବ୍ଲକ୍ ଅଧକ୍ଷ ଶ୍ରୀ ମାଝୀ ତାଙ୍କ ସମର୍ଥକ ୪ଟି ସମିତି ଏବଂ ୩ଟି ସରପଞ୍ଚଙ୍କୁ ନେଇ ଶଙ୍ଖ ଛାଡ଼ି ପଦ୍ମ ଧରିଥିଲେ l ପୁଣି ଏହାର କିଛି ଦିନର ବ୍ୟବଧାନ ପରେ ପାଡେପଦର ସରପଞ୍ଚ ସମ୍ଵାରୀ ମାଝୀ ତାଙ୍କ ସରପଞ୍ଚ ପଦ ହରାଇଛନ୍ତି l ସୂଚନା ଯୋଗ୍ୟ ଯେ, ବ୍ଲକ୍ ର ପାଡେପଦର ଗ୍ରାମପଞ୍ଚାୟତର ସରପଞ୍ଚ ସମ୍ବାରୀ ମାଝୀଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ପଞ୍ଚାୟତର ୱାର୍ଡ ସଭ୍ୟ/ସଭ୍ୟା ମାନେ କଳାହାଣ୍ଡି ଜିଲ୍ଲାପାଳଙ୍କ ନିକଟରେ ଗତ ତା.୦୩.୧୦.୨୦୨୫ରିଖ ଦିନ ଲିଖିତ ଆଗତ ଅନାସ୍ଥା ପ୍ରସ୍ତାବ ଆଣିଥିଲେ l

ଏବଂ ଏଥିରେ ଉପ ଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା ୱାର୍ଡ ମେମ୍ବର ମାନଙ୍କର ଅଭିଯୋଗ ଶୁଣି ୱାର୍ଡ ମେମ୍ବର ମାନଙ୍କ ସମସ୍ତ ଦସ୍ତଖତ ଯାଞ୍ଚ କରି ପାଡେପଦର ଗ୍ରାମ ପଞ୍ଚାୟତରେ ତସିଲଦାରଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ ୧୯୬୪ ର ଧାରା ୨୪ ଓ ଧାରା ୨୪ ର ଉପ ଧାରା (୨) ରେ ଥିବା ବ୍ୟବସ୍ଥା ଅନୁଯାୟୀ ଏକ ସ୍ବତନ୍ତ୍ର ବୈଠକ କରି ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ରେ ତା.୦୭.୦୩.୨୦୨୫ ଡବ୍ଲୁ.ପି.ସି ନଂ. ୨୯୨୬୨ ଅନୁଯାୟୀ ପାଡେପଦର ଗ୍ରାମପଞ୍ଚାୟତ ସରପଞ୍ଚଙ୍କ ବିରୁଦ୍ଧରେ କରାଯାଇଥିବା ଅନାସ୍ତା ପ୍ରସ୍ତାବ ର ମତଦାନ (ଭୋଟ) ହେବାର ଥିଲା ହେଲେ ଏହାର ପରବର୍ତ୍ତୀ ସମୟ ଅର୍ଥାତ୍ ଗତ ମଙ୍ଗଳବାର ସମସ୍ତ ଅଧିକାରୀ ଏବଂ ସ୍ଥାନୀୟ ୱାର୍ଡ ସଭ୍ୟ ନାଏବ ସରପଞ୍ଚ, ସରପଞ୍ଚ ଙ୍କ ଉପସ୍ଥିତିରେ ଭୋଟ ଗଣତି ହୋଇଥିଲା
ଏଥିରେ ସରପଞ୍ଚ ସମ୍ବାରୀ ମାଝୀ ଙ୍କୁ ୩ଖଣ୍ଡ ଭୋଟ୍ ମିଳିଥିବା ବେଳେ ନାଏବ ସରପଞ୍ଚ ମହେନ୍ଦ୍ର ନାଏକଙ୍କୁ ୮ ଖଣ୍ଡ ଭୋଟ ମିଳିଥିଲା l ଜିଲ୍ଲାପାଳଙ୍କୁ ଏ ନେଇ ଅବଗତ କରାଯିବା ପରେ ଗୁରୁବାର ସରପଞ୍ଚ ସମ୍ବାରୀ ମାଝୀଙ୍କ ତାଙ୍କ ସରପଞ୍ଚ ପଦ ରୁ ପଦଚ୍ୟୁତ୍ କରି ନାଏବ ସରପଞ୍ଚ ମହେନ୍ଦ୍ର ନାଏକଙ୍କୁ ସରପଞ୍ଚ ଭାବେ ଦାୟିତ୍ୱ ର୍ନିବାହ କରିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା – ୪୫୦, ୪୫୧, ୪୫୨, ୪୫୩ରେ ବିଜ୍ଞାପନ ଫଳକର ସୂଚନା ଦିଆଯାଇଥିବା ଜଣାପଡିଛି l