ପାନୀୟ ଜଳ ସମସ୍ୟାକୁ ନେଇ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କଲେ ପୋଖରା ଗ୍ରାମବାସୀ l
ସୋଲାର ପମ୍ପ ଟ୍ୟାଙ୍କ ଦ୍ଵାରା ପାନୀୟ ଜଳ ଯୋଗାଣ ପାଇଁ ଦାବି l
ଥୁଆମୂଳ ରାମପୁର,୧୬/୦୪-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ପଞ୍ଚାୟତ ସ୍ଥିତ ପୋଖରା ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ନେଇ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଉକ୍ତ ଗ୍ରାମର ମହିଳା ଏବଂ ପୁରୁଷ। ବୁଧବାର ପୋଖରା ଗ୍ରାମର ବାଗ ପଡ଼ା, ଗୁଡ଼ି ପଡ଼ା, ମନ୍ଦିର ପଡ଼ା, ଇନ୍ଦ୍ରାବତୀ ପଡ଼ା ମହିଳା ଏବଂ ପୁରୁଷ ମାନେ ପାନୀୟ ଜଳ ସମସ୍ୟାକୁ ନେଇ ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଏହି ୪ଟି ପଡ଼ାରେ ପ୍ରାୟ ୨୦୦ରୁ ଉର୍ଦ୍ଧ ଘର ରହିଥିବା ବେଳେ ସେଥିରେ ପ୍ରାୟ ୫୦୦ ରୁ ଉର୍ଦ୍ଧ ଜନସଂଖ୍ୟା ରହିଛନ୍ତି ।

ଏହି ୪ଟି ପଡ଼ାକୁ ପାନୀୟ ଜଳ ଯୋଗାଇବା ପାଇଁ ୬ଟି ନଳକୂପ ରହିଥିବା ବେଳେ ସେଥି ମଧ୍ୟରୁ ୨ଟି ନଳକୂପ ଦୀର୍ଘ ମାସ ହେଵ ଅଚଳ ହୋଇଥିବା ବେଳେ ୫୦୦ ରୁ ଉର୍ଦ୍ଧ ଲୋକଙ୍କ ପାଇଁ ୪ଟି ନଳକୂପ ହିଁ ଏହି ପ୍ରଚଣ୍ଡ ଗ୍ରୀଷ୍ମ ଋତୁରେ ଭରସା ସାଜିଛି l ଖରା ଦିନରେ ଜଳ ସ୍ତର କମିଯିବାରୁ ସେହି ନଳକୂପରୁ ପାଣି ବାହାରୁ ନାହିଁ । ଏହାକୁ ନେଇ ଗ୍ରାମର ପୁରୁଷ ଓ ମହିଳା ଅଚଳ ଥିବା ନାଳକୁପକୁ ମରାମତି କରିବା ସହ ବସୁଧା ଯୋଜନା କିମ୍ବା ମେଘା ଜଳ ପ୍ରକଳ୍ପରେ ଅନ୍ତର୍ଭୁକ୍ତ କରି ଯଥା ଶୀଘ୍ର ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ଲିଖିତ ଆକାରରେ ଅଭିଯୋଗ କରିଥିବା ଜଣାପଡିଛି l ଯୋଦି ଏହି ସବୁ ଯୋଜନା ମାଧ୍ୟମରେ ଉକ୍ତ ଗ୍ରାମକୁ ପାନୀୟ ଜଳ ଯୋଗାଣରେ କୌଣସି ଅସୁବିଧା ଉପୁଜିଛି ତେବେ ଏକ ସୋଲାର ପମ୍ପ ଟ୍ୟଙ୍କ ମାଧ୍ୟମରେ ଘର ଘର ଜଳ ଯୋଗାଣ କରାଯାଉ ବୋଲି ମୌଖିକ ଭାବରେ ବିଡ଼ିଓ ଙ୍କୁ ଜଣାଇଥିବା ଗ୍ରାମର ମହିଳା ଏବଂ ପୁରୁଷ ଆମ ଧରିତ୍ରୀ କୁ ସୂଚନା ଦେଇଛନ୍ତି l ଏ ସମ୍ପର୍କରେ ବିଡ଼ିଓ ଧ୍ରୁବ ଚରଣ ମୁଦୁଲିଙ୍କୁ ପଚାରିବାରୁ ସଙ୍ଗେ ସଙ୍ଗେ ତୋ କିଛି କରି ହେବ ନାହିଁ ହେଲେ ଆଗାମୀ ଦିନରେ ଆମେ ମେଘା ପ୍ରକଳ୍ପରୁ ଉକ୍ତ ଗ୍ରାମକୁ ଜଳ ଯୋଗାଣ ର ବ୍ୟବସ୍ଥା କରିବୁ ଏବଂ ଯାହା ସବୁ ଅଚଳ ଅବସ୍ଥାରେ ଥିବା ନଳକୂପ କୁ ମରାମତି କରିବା ପାଇଁ ପାଇଁ ମୁ ବିଭାଗୀୟ ଅଧିକାରୀ ଙ୍କୁ କହିସାରିଛି ସେ ପ୍ରାଥମିକ ସ୍ଥରରେ ଯାହା ସମ୍ଭବ ହୋଇ ପାରିବ ତାହାର ବ୍ୟବସ୍ଥା କରିବା ପାଇଁ ମୁ ନିର୍ଦ୍ଦେଶ ଦେଇଛି ବୋଲି କହିଛନ୍ତି ।