ପିଏମ୍‌ ଆବାସ ଆବେଦନ ଶେଷ ତାରିଖ ମେ ୩୧ ।

ଆବାସ ଯୋଜନା ଆବେଦନର ଶେଷ ତାରିଖ ମେ’ ୩୧ । ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଏନେଇ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ୩୬ ଲକ୍ଷ ୮୧ ହଜାର ତାଲିକା ପହଞ୍ଚିଛି । ଯେଉଁମାନେ ପଞ୍ଜୀକରଣ କରି ନାହାନ୍ତି ଏହି ଅବଧି ଭିତରେ କରି ନିଅନ୍ତୁ। ଏହା ପରେ ସରକାର ସର୍ଭେ କରି ତଥ୍ୟ ସଂଗ୍ରହ କରିବେ।ଆଗରୁ କେବଳ ଅଫଲାଇନରେ ଲୋକମାନେ କେବଳ ଆବେଦନ କରିପାରୁଥିବା ବେଳେ ଏବେ ନୂତନ ମୋବାଇଲ ଆପ୍‌ ଲଞ୍ଚ ହେବା ପରେ, ଲୋକମାନେ ଏହି ଯୋଜନା ପାଇଁ ଅନଲାଇନ୍‌ରେ ମଧ୍ୟ ଆବେଦନ କରିପାରୁଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ଲଞ୍ଚ କରାଯାଇଥିବା ମୋବାଇଲ ଆପ୍‌ରେ ନାମ ’ଆବାସ ପ୍ଲସ 2024’। ଏହି ଆପ୍‌ ବ୍ୟବହାର କରି, ଆପଣ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଆପଣଙ୍କ ଘର ପାଇଁ ସହଜରେ ଆବେଦନ କରିପାରିବେ।

Ad 13